ଅଙ୍କିତାଙ୍କ ଅଧା ଘରକୁ ନେଇଯାଇ ପାରନ୍ତି ସୁଶାନ୍ତଙ୍କ ପରିବାର!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ସିବିଆଇ ହାତରେ। ସିବିଆଇ ଏବେ ଏହାର ଯାଞ୍ଚ ଆରମ୍ଭ କରିଛି। ଏହି ମାମଲାକୁ ନେଇ କିଛି ନା କିଛି ନୂଆ କଥା ପ୍ରତିଦିନ ସାମ୍ନାକୁ ଆସୁଛି। ଏବେ ଏଥିରେ ଅଙ୍କିତା ଲୋଖାଣ୍ଡେ ତଥା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକାଙ୍କ ଫ୍ଲାଟ ଆସିଛି ଚର୍ଚ୍ଚାକୁ। କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା କି ଅଙ୍କିତାଙ୍କ ଫ୍ଲାଟର ଇଏମ୍‌ଆଇ ସୁଶାନ୍ତ ଦେଉଛନ୍ତି। ଏହାକୁ ନେଇ ଅଙ୍କିତା ଏକ ବ୍ୟାଙ୍କ ଷ୍ଟେଟମେଣ୍ଟ ଜାରି କରିବା ସହ ଘରର ଇଏମ୍‌ଆଇ ସେ ନିଜେ ଦେଉଥିବା କହିଥିଲେ। ଏହାସହ ଆହୁରି ମଧ୍ୟ ଶୁଣିବାକୁ ପଡିଥିଲା କି ସୁଶାନ୍ତ ଅଙ୍କିତାଙ୍କଠାରୁ ଅଲଗା ହୋଇଯାଇଥିବା ବେଳେ ତାଙ୍କ ଅଂଶର ଅଧା ଫ୍ଲାଟ ନେଇଯିବାକୁ ସେ କୁଆଡେ ଅଙ୍କିତାଙ୍କୁ କହିଥିଲେ। ହେଲେ ଏପର୍ଯ୍ୟନ୍ତ ଏହାକୁ ନେଇ ଅଙ୍କିତା ମୁହଁ ଖୋଲି ନାହାନ୍ତି। ଉଭୟଙ୍କ ଫ୍ଲାଟ ପାଖାପାଖି ଥିବାରୁ ଓ ଉଭୟ ଏକା ସମୟରେ ଘର କିଣିଥିବାରୁ ଏହା ଅଙ୍କିତାଙ୍କୁ ଲାଭ ଦେବ ବୋଲି କୁହାଯାଉଛି।

Share