ବାପାଙ୍କୁ ହରାଇଲେ ଅଭିନେତ୍ରୀ

ବମ୍ବେ: ସବୁବେଳେ ନିଜର ଚୁଲବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ତାଙ୍କ ବାପା ଶଶିକାନ୍ତ ଲୋଖଣ୍ଡେଙ୍କ ୬୮ ବର୍ଷରେ ନିଧନ ହୋଇଛି। ଶନିବାର ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶଶିକାନ୍ତ ଦୀର୍ଘଦିନରୁ ଅସୁସ୍ଥ ଥିଲେ। ହେଲେ ଅଙ୍କିତା ଓ ତାଙ୍କ ପରିବାର ତରଫରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ରବିବାର ମୁମ୍ବାଇର ଓସିଓ୍ବାରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

Share