ବିଗ୍‌ ବସ୍‌ ଘରେ ଗର୍ଭବତୀ ହେଲେ ଅଙ୍କିତା ଲୋଖଣ୍ଡେ, ଭିଡିଓ ଭାଇରାଲ…

ମୁମ୍ବାଇ : ସଲମାନ ଖାନଙ୍କ ବିଗ୍‌ ବସ୍‌ ସିଜିନ ୧୭ର ଘରେ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ଭିକି ଜୈନଙ୍କ ମଧ୍ୟରେ ଝଗଡା ଚାଲିଛି। ଦୁହେଁ ପରସ୍ପରକୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି। ତେବେ ଦୈନନନ୍ଦିନ ଝଗଡା ମଧ୍ୟରେ ବିଗ ବସ ଘରେ ଅଙ୍କିତା ଲୋଖଣ୍ଡେଙ୍କ ସହ କିଛି ଘଟିଛି, ଯେଉଁଥିପାଇଁ ସେ ବହୁତ ଡରି ଯାଇଛନ୍ତି। ବାସ୍ତବରେ, ବିଗ ବସ ଘରର ସର୍ବଶେଷ ଏପିସୋଡରେ, ଅଙ୍କିତା ପୁଣି ଥରେ ମା ହେବା କଥା କହୁଛନ୍ତି । ଅଙ୍କିତା ଲୋକାଣ୍ଡେ ଗର୍ଭବତୀ ହେବା ନେଇ ଶୁଣିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି।

ବାସ୍ତବରେ, ନିକଟରେ ହୋଇଥିବା ଏକ ଏପିସୋଡରେ, ଅଙ୍କିତା କହିଥିଲେ ସେ ପ୍ରତିଦିନ ସନ୍ଧ୍ୟାରେ ବାନ୍ତି ଭଳି ଅନୁଭବ କରୁଛନ୍ତି ଏବଂ ଖଟା ଖାଦ୍ୟ ଖାଇବାକୁ ତାଙ୍କର ଇଛା ହେଉଛି। ଅଙ୍କିତା ଆହୁରି କହିଛନ୍ତି ମୋର କିଛି ଅସୁବିଧା ଅଛି। ଯଦିଓ ସେ ଥଟ୍ଟା କରି ଏହା କହିଛନ୍ତି । ଏହା ଉପରେ ରିଙ୍କୁ ଧାୱନ ଏବଂ ଜିଗନା ଅଙ୍କିତାଙ୍କୁ ଥଟ୍ଟା କରି କହିଛନ୍ତି ଏହି ସମସ୍ୟା ଭଲ ଅଟେ। ରିଙ୍କୁ କହିଛନ୍ତି ଲଏହା ଗୁଡ ନ୍ୟୁଜ ଆଡକୁ ସୂଚାଉଛି। ଅଙ୍କିତା ଏହା ଉପରେ ମୁରୁକି ହସିଛନ୍ତି।

ଏହାର ଉତ୍ତରରେ ଅଙ୍କିତା କହିଛନ୍ତି ଏଭଳି ଘଟଣା ଘଟି ନାହିଁ ଏବଂ ଏହି ଘରକୁ ଆସିବା ପରେ କଣ ହେବ। ଏଠାରେ ସବୁକିଛି ବନ୍ଦ ଅଛି, କିନ୍ତୁ ଏହା ପରେ ମଧ୍ୟ ରିଙ୍କୁ ଏବଂ ଜିଗନା ଅଙ୍କିତାଙ୍କୁ ଥଟ୍ଟା କରିଛନ୍ତି। ଅଙ୍କିତା କହିଛନ୍ତି, ମୁଁ କିଛି ଅନୁଭବ କରୁଛି। ଗର୍ଭଧାରଣ ବିଷୟରେ ଶୁଣିବା ପରେ ଅଙ୍କିତା କହିଛନ୍ତି ମୁଁ ମଧ୍ୟ ପ୍ରଶ୍ନ କରୁଛି ଏହା କେବେ ଘଟିଲା?

ତେବେ, ଏପର୍ଯ୍ୟନ୍ତ ସେ ଭିକିଙ୍କ ସହ ଏହା ଶେୟାର କରିନାହାଁନ୍ତି କିମ୍ବା ତାଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିନାହାନ୍ତି। ଅଙ୍କିତାଙ୍କ କଥା ଶୁଣିବା ପରେ ରିଙ୍କୁ ଅଙ୍କିତାଙ୍କୁ ନିଶ୍ଚିତ କରିଥିଲେ ସେ ନିଶ୍ଚିତ ଭାବରେ ତାଙ୍କର ଯତ୍ନ ନେବେ, କିନ୍ତୁ ଯଦି ଗର୍ଭଧାରଣ ଖବର ନିଶ୍ଚିତ ହୁଏ ତେବେ ଅଙ୍କିତା ଏବଂ ଭିକିଙ୍କ ସମସ୍ୟା ଆହୁରି ବଢ଼ିପାରେ। ତେବେ, ବର୍ତ୍ତମାନ ଅଙ୍କିତା ପ୍ରକୃତରେ ଗର୍ଭବତୀ ଅଛନ୍ତି ନା ନାହିଁ ଅଙ୍କିତାଙ୍କ ଦ୍ୱାରା ଏହା କିଛି ନୂଆ ଷ୍ଟଣ୍ଟ ତାହା କେବଳ ଅଙ୍କିତା ହିଁ କହିପାରିବେ ।

 

Share