ଆଜି ବି ମନେ ପଡ଼ନ୍ତି ସୁଶାନ୍ତ; ସ୍ମୃତି ହୋଇ ରହିଛି ପ୍ରଥମ ଦେଖା: ଅଙ୍କିତା

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି। ହେଲେ ଆଜି ବି ତାଙ୍କୁ ମନେ ପକାଉଛନ୍ତି ପୂର୍ବ ପ୍ରେମିକା ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଏବେ ସେ ‘ପବିତ୍ର ରିସ୍ତା ୨’ର ଶୁଟିଂରେ ବ୍ୟସ୍ତ। ହେଲେ ଯେବେ ବି ତାର ଟାଇଟଲ୍‌ ଗୀତ ବାଜୁଛି ସୁଶାନ୍ତଙ୍କ ସ୍ମୃତି ତାଙ୍କ ଆଖି ଆଗକୁ ଚାଲି ଆସୁଛି।

ନିକଟରେ ଏକ ସାକ୍ଷାତକାରରେ ମନ କଥା କହିଛନ୍ତି ଅଙ୍କିତା। ଯେତେବେଳେ ଧାରାବାହିକର ଟାଇଟଲ୍‌ ଗୀତଟିକୁ ଶୁଣେ, ଲୋମ ଟାଙ୍କୁରି ଉଠେ। କାରଣ ସେହି ସମୟରେ ପ୍ରଥମେ ଆମେ ପରସ୍ପରକୁ ଭେଟିଥିଲୁ। ସେ ଦିନର ସ୍ମୃତି ଆଜି ବି ସତେଜ ଭଳି ଲାଗେ ବୋଲି ଅଙ୍କିତା କହିଛନ୍ତି।

ତେବେ ସେପ୍ଟେମ୍ବର ୨ରେ ରିଲିଜ ହୋଇଛି ‘ପବିତ୍ର ରିସ୍ତା ୨’। ଏହା ଏକ ଓ୍ବେବ୍‌ ଶୋ’। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଏହାର ପ୍ରସାରଣ କରାଯାଉଛି। ପ୍ରଥମେ ସୁଶାନ୍ତଙ୍କ ସ୍ଥାନ ନେଇଥିବା ଶାହିର ଶେଖଙ୍କୁ ଦର୍ଶକେ ପସନ୍ଦ କରି ନ ଥିଲେ। ମାତ୍ର ପରେ ଟ୍ରେଲର ଘଟଣାକ୍ରମକୁ ବଦଳାଇଥିଲା। ସମସ୍ତେ ଏହାକୁ ପସନ୍ଦ କରିଥିଲେ। ଏବେ ଏହା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଉଛି।

Share