ସୁଶାନ୍ତଙ୍କୁ ମନେ ପକାଇଲେ ଅଙ୍କିତା

ଟିଭିରୁ ବଲିଉଡରେ ପ୍ରବେଶ କରିଥିବା ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରୁ ବିରତି ନେଇଥିଲେ। କିନ୍ତୁ ତାଙ୍କ ପୂର୍ବତନ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ନିଜେ ଏକ ଫଟୋ ଶେୟାର କରିଛନ୍ତି, ଯାହାର କ୍ୟାପସନ ଦର୍ଶାଉଛି ଯେ ସେ ସୁଶାନ୍ତଙ୍କୁ ମିସ୍‌ କରୁଛନ୍ତି। ୧୪ ଜୁନ ଅର୍ଥାତ୍‌ ଆସନ୍ତାକାଲି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ପ୍ରଥମ ମୃତ୍ୟୁବାର୍ଷିକୀ। ଏହାପୂର୍ବରୁ ଅଙ୍କିତା ଏକ ପୋଷ୍ଟ ଶେୟାର କରିଥିଲେ। ଅଙ୍କିତା ଶେୟାର କରିଥିବା ଫଟୋରେ ସେ ସମୁଦ୍ର ପାଖରେ ଠିଆ ହୋଇ ଆକାଶକୁ ଚାହିଁଥିବାର ନଜର ଆସିଛନ୍ତି। ଏହି ଫଟୋର କ୍ୟାପସନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଫଟୋ ଶେୟାର କରି ଅଙ୍କିତା କ୍ୟାପସନ ଦେଇଛନ୍ତି- ଦୂରତା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ଦିନ ଶେଷରେ, ଆମେ ସମସ୍ତେ ସମାନ ଆକାଶ ତଳେ ଅଛୁ।

ଗତ କିଛିଦିନ ତଳେ ଅଙ୍କିତା ଏକ ପୋଷ୍ଟ ଶେୟାର କରିଥିଲେ ଯେ, ସେ କିଛି ଦିନ ସୋସିଆଲ ମିଡିଆରୁ ଦୂରେଇ ଯାଉଛନ୍ତି। ଏହା ବିଦାୟ ନୁହେଁ, ପରେ ଭେଟିବେ ବୋଲି କହିଥିଲେ।

Share