ଶେଷରେ ମୁହଁ ଖୋଲିଲେ ଅଙ୍କିତା: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କହିଲେ….

ବମ୍ବେ: ପ୍ରେମିକା ହେବ ତ ଅଙ୍କିତା ଲୋଖଣ୍ଡେଙ୍କ ଭଳି। ରିୟା ଚର୍କବର୍ତ୍ତୀଙ୍କ ଭଳି ନୁହେଁ। ଏକଥା ଆମେ କହୁନାହୁଁ କହୁଛନ୍ତି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକ। ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଚୁପ୍‌ ରହିବା ପରେ ଶେଷରେ ମୁହଁ ଖୋଲିଛନ୍ତି ଅଙ୍କିତା। ଏକ ସାକ୍ଷାତକାରରେ ସେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ବିଶ୍ୱାସ ହୋଇ ନ ଥିଲା। ଏହାକୁ ସ୍ବିକାର କରିବା ପାଇଁ ବହୁତ ସମୟ ଲାଗିଗଲା। ହେଲେ ସମସ୍ତଙ୍କୁ କହିବାକୁ ଚାହୁଁଛି ସୁଶାନ୍ତ ମାନସିକ ଅବସାଦରେ ଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି। କାରଣ ସେ ସେଭଳି ନ ଥିଲେ। ସେ ଖୁସ୍‌ମିଜାଜର ଯୁବକ ଥିଲେ। ଆମେ ଏହାଠାରୁ ଅନେକ କଷ୍ଟ, ଦୁଃଖ ଜୀବନରେ ଦେଖିଛୁ। ସୁଶାନ୍ତଙ୍କୁ ମୁଁ ଯେତିକି ଜାଣିଛି, ସେ ଡିପ୍ରେସ୍‌ଡ ବ୍ୟକ୍ତି ନ ଥିଲେ। ସେ ନିଜ ସ୍ବପ୍ନକୁ ଲେଖୁଥିଲେ। ତାକୁ ପୁରା କରୁଥିଲେ। ଏଣୁ ସେ ଡିପ୍ରେସନରେ ଥିବା କହିବା ଭୁଲ। ମୁଁ ଚାହେଁନା ଲୋକେ ତାଙ୍କୁ ଅବସାଦ ପୀଡ଼ିତ ବ୍ୟକ୍ତି ଭାବେ ଜାଣନ୍ତୁ। ହିରୋ ଭାବେ ତାଙ୍କୁ ମନେ ରଖାଯାଉ। ସେ ଛୋଟ ସହରରୁ ଆସି ନିଜ ନାମ କମାଇଥିଲେ। ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଥିଲେ ବୋଲି ଅଙ୍କିତା କହିଛନ୍ତି।

Share