ଫିଲ୍ମରେ ସୁଯୋଗ ବଦଳରେ ରାତି ବିତାଇବାର ଅଫର୍‌ ଦେଇଥିଲେ ପ୍ରଯୋଜକ, ଏବେ ଅଭିନେତ୍ରୀ ବଖାଣିଲେ ଦୁଃଖ

ବମ୍ବେ: ଅଭିନୟଜଗତରେ କାଷ୍ଟିଂ କାଉଚ୍‌ର ଅନେକ ଘଟଣା ସାମ୍ନାକୁ ଆସିଛି। ସେଥିରୁ କିଛିରେ ଅଭିନେତ୍ରୀମାନେ ଫସି ଯାଉଥିବା ବେଳେ ଅନେକେ ରୋକଠୋକ୍‌ ନା ବୋଲି ଶୁଣାଇଦେଇଥାନ୍ତି। ସେଭଳି ଜଣେ ହେଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଚର୍ଚ୍ଚାରେ ରହୁଥିବା ଅଙ୍କିତା ଏକ ସାକ୍ଷାତକାରକୁ ନେଇ ଖବର ଶିରୋନାମା ପାଲଟିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଅଙ୍କିତା ଦୀର୍ଘଦିନରୁ ମନତଳେ ସାଇତା ହୋଇ ରହିଥିବା ଏକ ରହସ୍ୟ ବିଷୟରେ କହିଛନ୍ତି। ଏକଦା ଫିଲ୍ମରେ ତାଙ୍କୁ କାମ ଦେବା ପାଇଁ ପ୍ରଯୋଜକ କାଷ୍ଟିଂ କାଉଚ୍‌ର ଅଫର ଦେଇଥିଲେ। ସେ ତାଙ୍କ ସହ ରାତି ବିତାଇବାକୁ ଚାହୁଁଥିବା କହିଥିଲେ। କେବଳ ଏତିକି ନୁହେଁ ସେ ଯେତେବେଳେ ଟେଲି ପରଦା ଛାଡ଼ି ବଡ଼ ପରଦାକୁ ଗଲେ ସେତେବେଳେ ଅନ୍ୟ ଜଣେ ଅଭିନେତା ତାଙ୍କୁ ଅସଦାଚରଣ କରିଥିବା ସେ କହିଛନ୍ତି।

Share