ଶେଷ ହେଲା ଅଙ୍କିତାଙ୍କ ମେହେନ୍ଦି ସେରିମନି!

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କିଛିଦିନ ହେବ ରହୁଛନ୍ତି ଚର୍ଚ୍ଚାରେ ପ୍ରଫେସନାଲଠାରୁ ପର୍ସନାଲ ଲାଇଫ୍ ପର୍ଯ୍ୟନ୍ତ କୌଣସି ନା କୌଣସି କାରଣ ପାଇଁ ସେ ଆସୁଛନ୍ତି ଚର୍ଚ୍ଚାକୁ । ବିଶେଷ କରି ବଳିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ପ୍ରେମିକା ଭାବେ ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଅଛନ୍ତି ଚର୍ଚ୍ଚାରେ । କେବଳ ସେତିକି ନୁହେଁ ନିଜେ ଅଙ୍କିତା ଓ ତାଙ୍କ ଭଉଣୀ ଅଶିତା ନିକଟରେ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିବା ପରେ ଅଙ୍କିତାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏବେ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ଫଟୋରେ ସେ ମେହେନ୍ଦି କରିଥିବା ଦେଖାଯାଇଛି । ଆଉ ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକ ଅନୁମାନ କରିଛନ୍ତି ଅଙ୍କିତା ବୋଧହୁଏ ଲୁଚିଛପି ତାଙ୍କର ମେହେନ୍ଦି ସେରିମନି ଶେଷ କରି ଦେଇଛନ୍ତି । ଏହି ଫଟୋରେ ସେ ଖୁବ୍ ଖୁସି ଥିବା ଦେଖାଯାଇଛି । ଏହାକୁ ଦେଖି ତାଙ୍କ ପ୍ରଶଂସକ ବୟଫ୍ରେଣ୍ଡ ବିକ୍କି ଜେନଙ୍କ ସହ ତାଙ୍କର ବିବାହକୁ ନେଇ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । ଏହାସହ ଅଙ୍କିତା ମେହେନ୍ଦି ଲାଗାଉଥିବାର ଏକ ଭିଡିଓ ମଧ୍ୟ ଅଶିତା ଶେୟାର କରିଛନ୍ତି । ତେବେ ଅଙ୍କିତାଙ୍କ ପକ୍ଷରୁ ମେହେନ୍ଦି ସେରିମନିକୁ ନେଇ କୌଣସି ସ୍ପଷ୍ଟ କଥା କୁହାଯାଇ ନ ଥିବା ବେଳେ ତାଙ୍କ ପ୍ରଶଂସକମାନେ କିନ୍ତୁ ଏବେଠାରୁ ଅଙ୍କିତା-ଭିକ୍କିଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି ।

Share