ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତାଙ୍କୁ ଘରକୁ ଆସିଲେ ଦୁଇ କୁନି ଅତିଥି

ନୂଆଦିଲ୍ଲୀ: ଦିଗଂବତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୌଖଣ୍ଡେ ବହୁତ ଦିନ ହେବ ଦୁଃଖୀ ଥିଲେ। କିନ୍ତୁ ଏବେ ତାଙ୍କ ମୁହଁରେ ହସ ଫୁଟିଛି। ଏହି ଖୁସିର ରହସ୍ୟ ଅଙ୍କିତା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ୩୫ ବର୍ଷୀୟା ଅଙ୍କିତା ତାଙ୍କ ଇନ୍‌ଷ୍ଟାଗ୍ରାମ ପୃଷ୍ଟାରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦୁଇଜଣ ନବଜାତ ଯାଅଁାଳା ଶିଶୁଙ୍କୁ ଅଙ୍କିତା ତାଙ୍କ କୋଳରେ ଧରିଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ଅଙ୍କିତା ବହୁତ ଖୁସି ନଜର ଆସୁଛନ୍ତି। ଫଟୋ ଶେୟାର କରିବା ସହିତ ଅଙ୍କିତା କ୍ୟାପସନରେ ଲେଖିଛନ୍ତି, ‘ଅବିର ଓ ଅବେରା ନାମରେ ଦୁଇଜଣ ଯାଅଁାଳା ଶିଶୁ ଆମ ଘରକୁ ଅତିଥି ରୂପେ ଆସିଛନ୍ତି।’ କିନ୍ତୁ ଯେଉଁ ପିଲାଙ୍କ ସହ ଫଟୋ ଉଠାଇଛନ୍ତି ସେମାନଙ୍କର ଅଭିଭାବକ କିଏ ସେ କଥା ଅଙ୍କିତା ଉଲ୍ଲେଖ କରିନାହାନ୍ତି। ତେବେ ଅଙ୍କିତା ତାଙ୍କ ପ୍ରେମିକ ଭିକି ଜୈନ, ଅଭିଷେକ ଶ୍ରୀବାସ୍ତବ, ର୍ବୋ ଜୈନ, ରେଶୁ ଜୈନଙ୍କ ନିକଟକୁ ଏହି ଫଟୋ ଟ୍ୟାଗ୍‌ କରିଥିବା ଜଣାପଡ଼ିଛି। ଏହି ଫଟୋ ପୋଷ୍ଟ କରିବା ପରେ ଅଙ୍କିତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ‘କୌସଟି ଜିନ୍ଦେଗୀ’ର ୨ ଅଭିନେତା କରନ ପଟେଲ ଓ କରନବୀର ଭୋରା ଏହି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share