ବାହା ହେବେ ଅଙ୍କିତା ଲୋଖଣ୍ଡେ !

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ଏବେ ବହୁତ ଆକ୍ଟିଭ୍‌। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଅଙ୍କିତା କିଛି ଉପହାର ଚପଲର ଫଟୋ ଶେୟାର କରିଛନ୍ତି। ଯାହା ଦେଖି ପ୍ରଶସଂକମାନେ ଅଙ୍କିତାଙ୍କ ବିବାହ ହେବ ବୋଲି ଚର୍ଚ୍ଚା କରୁଛନ୍ତି।

କାରଣ ଶେୟାର ହୋଇଥିବା ଫଟୋରେ ହାପି ବ୍ରାଇଡ୍‌ ଲେଖାଯାଇଛି। ଏହା ସହିତ ଆଉ ଏକ ଚପଲରେ ବ୍ରାଇଡ୍‌ ଟୁ ବି ଲେଖା ଯାଇଥିବା ଦେଖିବାକୁ ମିଳିଛି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଅଙ୍କିତା ତାଙ୍କ ପ୍ରେମିକ ଭିକି ଜୈନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଫଟୋ ଶେୟାର କରି ଅଙ୍କିତା ଫୁଟ୍‌ ଓ୍ବେୟାର ବ୍ରାଣ୍ଡ୍‌କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି।

ଅଙ୍କିତା- ଭିକି ଆସନ୍ତା ମାସ ସୁଦ୍ଧା ବିବାହ କରିପାରନ୍ତି। ତେବେ ଏପର୍ଯ୍ୟନ୍ତ ଏହି ଯୋଡ଼ିଙ୍କ ପକ୍ଷରୁ କୌଣସି ଅଫିସିଆଲ ସ୍ପଷ୍ଟ କରାଯାଇନାହିଁ। ନିକଟରେ ଅଙ୍କିତା ଏବଂ ବିକି ନିଜ ସାଙ୍ଗମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ସୋସିଆଲ ମିଡିଆରେ ତାଙ୍କ ଦୀପାବଳି ପାର୍ଟିର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି।

Share