ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବେଳକୁ ବେଳ ନୂଆ ମୋଡ ଆସିଛି। ଘଟଣାର ଦେଢ଼ ମାସ ପରେ ଅଭିନେତାଙ୍କ ବାପା ବଡ଼ ଖୁଲାସା କରିଛନ୍ତି। ଏପରିକି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ପାଟଣା ଥାନାରେ ସେ ଅଭିଯୋଗ କରିବା ପରେ ପୋଲିସ ତତ୍ପର ହୋଇଉଠିଛି। ଏସବୁ ଭିତରେ ସୁଶାନ୍ତଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲେଖଣ୍ଡେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି ସବୁବେଳେ ସତର ଜିତାପଟ ହୁଏ। ଏହା ଏବେ ଭାଇରାଲ ହେବାରେ ଲାଗିଛି। ଅଙ୍କିତାଙ୍କ ପୋଷ୍ଟ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଦିଗକୁ ଇଙ୍ଗିତ କରୁଛି। ସୁଶାନ୍ତଙ୍କ ପ୍ରଶଂସକମାନେ ଏଥିରେ ପ୍ରତିକ୍ରିୟା ରଖୁଛନ୍ତି।
କହିରଖୁଛୁ, ସୁଶାନ୍ତଙ୍କ ବାପା କେ.କେ ସିଂହ ରିୟାଙ୍କ ଉପରେ ଗମ୍ଭୀର ଅଭିଯୋଗ କରିଛନ୍ତି। ରିୟା ସୁଶାନ୍ତଙ୍କୁ ପରିବାରଠାରୁ ଦୂରେଇ ନେଇଥିଲେ। ସୁଶାନ୍ତଙ୍କ ନମ୍ବର ବଦଳାଇ ଦେଇଥିଲେ। ଏପରିକି ସୁଶାନ୍ତଙ୍କ ଟଙ୍କା ଉପରେ ନଜର ରଖିଥିଲେ। ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ସେ ଉସୁକାଇଥିବା ମଧ୍ୟ ସେ କହିଛନ୍ତି। ଏହାପରେ ବିହାରର ପୋଲିସ ଟିମ୍ ବମ୍ବେରେ ପହଞ୍ଚି ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛି।