ଅଙ୍କିତାଙ୍କୁ ମିଳୁନି କାମ

ମୁମ୍ବାଇ: କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ଜରିଆରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ଏହା ପରଠାରୁ ତାଙ୍କୁ ଆଉ କାମ ମିଳୁନି ଏବଂ ସେ କାହାକୁ କାମ ମାଗିବାକୁ ଚାହୁଁ ନ ଥିବା ଏକ ସାକ୍ଷାତକାରରେ କହିଛନ୍ତି। ଏହି ଫିଲ୍ମ ପରେ ଅଙ୍କିତା ବ୍ୟବସାୟୀ ଭିକି ଜୈନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ଏହା ପରେ ତାଙ୍କୁ କୌଣସି ବଡ଼ ପ୍ରୋଜେକ୍ଟ ମିଳି ନ ଥିବା ସେ କହିଛନ୍ତି। ସେ ଜାଣିଛନ୍ତି ସେ ପ୍ରତିଭାବାନ୍‌, ହେଲେ ଏହି ଇଣ୍ଡଷ୍ଟ୍ରିରେ ତାଙ୍କ ପାଇଁ କେହି ଗଡଫାଦର ନାହାନ୍ତି, ଯିଏ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବେ। ଏହି ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ଅଲଗା। କିଛି କଳାକାରଙ୍କ କହିବା କଥା ଯେ, ଅଙ୍କିତାଙ୍କୁ ଭଲ ରୋଲ ମିଳେନି। ହେଲେ ଅଙ୍କିତାଙ୍କୁ ଏପର୍ଯ୍ୟନ୍ତ ତାଙ୍କୁ ମନା କରିବା ପାଇଁ କୌଣସି କାମ ମଧ୍ୟ ମିଳିନାହିଁ। ଏଥିସହ ସେ ଅନ୍ୟମାନଙ୍କ ଭଳି କାମ ମାଗି ପାରିବେନି ବୋଲି କହିଛନ୍ତି। ତେବେ ଅଙ୍କିତା ଲୋକପ୍ରିୟ ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ରେ ଅର୍ଚ୍ଚନା ଭୂମିକା ପାଇଁ ଘରେ ଘରେ ବଡ଼ ନଁା କରିଥିଲେ। ହେଲେ ଏହି ଧାରାବାହିକ ସରିବା ପରେ ତାଙ୍କୁ ଆଉ କାମ ମିଳିନାହିଁ।

Share