ମେହେନ୍ଦୀ ଉତ୍ସବର ଫଟୋ ଶେୟାର କଲେ ଅଙ୍କିତା

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନ ଖୁବ୍‌ଶୀଘ୍ର ବିବାହ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମେହେନ୍ଦୀ ଉତ୍ସବର ଫଟୋ ଶେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି ଯେ, ଯେଉଁ ଭଲ ପାଇବା ଆମେ ଶେୟାର କରୁଛୁ ତାହା ମୋ ମେହେନ୍ଦୀକୁ ସୁନ୍ଦର କରିଦେଇଛି। ମେହେନ୍ଦୀ ଉତ୍ସବରେ ଅଙ୍କିତା ଏକ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ଏବଂ ଭିକି ଗୋଲାପୀ ରଙ୍ଗର ଧୋତି ପ୍ୟାଣ୍ଟ ଏବଂ କୁର୍ତ୍ତା ପିନ୍ଧିଥିଲେ।

ଲୋକପ୍ରିୟ ଟେଲି ଧାରାବାହିକ ପବିତ୍ର ରିସ୍ତାରେ ଅଭିନୟ କରିବା ପରେ ଅଙ୍କିତା ଘରେ ଘରେ ପରିଚିତ ହୋଇଯାଇଥିଲେ। ଏହି ସିରିଏଲ୍‌ରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସେମାନେ ଛଅ ବର୍ଷ ପରସ୍ପରକୁ ଡେଟ୍‌ କରିଥିଲେ। ଅଙ୍କିତା ପବିତ୍ର ରିସ୍ତା ବ୍ୟତିତ ‘ଏକ ଥୀ ନାଏକା, ଶକ୍ତି ଏବଂ ଅସ୍ତିଭା କେ ଏହସାସ କି’ ଭଳି ଶୋ’ରେ ଅଭିନୟ କରିଛନ୍ତି। ପରେ ସେ ମଧ୍ୟ ୨୦୧୯ରେ କଙ୍ଗନା ରାଣାଓ୍ବାତ୍‌ଙ୍କ ମଣିକର୍ଣ୍ଣିକାରେ ଅଭିନୟ କରିଥିଲେ। ଏବେ ଅଙ୍କିତା ପବିତ୍ର ରିସ୍ତା ୨.୦ରେ ଅଭିନୟ କରୁଛନ୍ତି।

 

 

Share