ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କ ପାଇଁ ଏବେ ବିବାହ ଋତୁ ଚାଲିଛି। ଅନେକ ଯୋଡ଼ି ଚଳିତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଆଉ କିଛି ସେଲିବ୍ରିଟି ସେମାନଙ୍କ ପ୍ରସ୍ତୁତି ଜୋର୍ସୋର୍ରେ ଚଳାଇଛନ୍ତି। ଏହି ଯୋଡ଼ିମାନଙ୍କ ମଧ୍ୟରୁ ଛୋଟପରଦାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନ ହେଉଛନ୍ତି ଅନ୍ୟତମ। ଏହି ଯୋଡ଼ି ଆସନ୍ତା ସପ୍ତାହରେ ବିବାହ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ପ୍ରି-ଓ୍ବେଡିଂ ଫଟୋ ଶୁଟ୍ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଅଙ୍କିତା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେଉଛି। ଫଟୋରେ ଅଙ୍କିତା ମେହେନ୍ଦୀ କଲରର ଏକ ସିଲ୍କ ଶାଢ଼ି ପିନ୍ଧିଥିବା ବେଳେ ହାତରେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିଛନ୍ତି। ଭିକି ଏକ ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି। ଫଟୋ ଶେୟାର କରି ଅଙ୍କିତା କ୍ୟାପଶନ ଲେଖିଛନ୍ତି, ପବିତ୍ର। ଫଟୋରେ ଦୁହେଁ ଖୁବ୍ ସୁନ୍ଦର ଦିଶୁଛନ୍ତି। ଏଥିରୁ ଅନୁମାନ କରି ହେଉଛି ଏହି ଯୋଡ଼ି ବିବାହକୁ ନେଇ କେତେ ଖୁସି ଅଛନ୍ତି। ଅନ୍ୟପକ୍ଷରେ ଫଟୋଗୁଡ଼ିକୁ ପ୍ରଶଂସକମାନେ ବି ବେଶ୍ ପସନ୍ଦ କରିଛନ୍ତି।
ଅଙ୍କିତା-ଭିକି ଦୀର୍ଘଦିନ ଧରି ରିଲେସନଶିପ୍ରେ ଥିଲେ। ଏବେ ଏହି ସମ୍ପର୍କ ବିବାହରେ ପରିଣତ ହେବାକୁ ଯାଉଛି।