ଅଙ୍କିତା-ଭିକିଙ୍କ ରିସେପଶନ ସ୍ଥଗିତ

ମୁମ୍ବାଇ: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଡିସେମ୍ବର ୧୪ରେ ବ୍ୟବସାୟୀ ଭିକି ଜୈନଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ବେଶ୍‌ ଧୂମଧାମରେ ହୋଇଥିଲା। ଭିକି ରାୟପୁରର ହୋଇଥିବାରୁ ରିସେପଶନ ରାୟପୁରରେ ହିଁ ରଖାଯାଇଥିଲା। କିନ୍ତୁ ଏହା ଏବେ ବାତିଲ ହୋଇଛି।
ସୂଚନାକ୍ରମେ କୋଭିଡ୍‌ ପ୍ରୋଟୋକଲ ଯୋଗୁ ବର୍ତ୍ତମାନ ପାଇଁ ରିସେପଶନ ବାତିଲ କରାଯାଇଛି। କରୋନା ବୃଦ୍ଧି ହେତୁ ଛତିଶଗଡ଼ର କୋଭିଡ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରାଯାଇଛି। ତେଣୁ ଭିକି-ଅଙ୍କିତାଙ୍କ ରିସେପଶନ ସ୍ଥଗିତ ରଖାଯାଇଛି। ପରିସ୍ଥିତି ସ୍ବାଭାବିକ ହେବା ପରେ ରିସେପଶନ କରାଯିବ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇ କରାଯିବ।

ଅଙ୍କିତା-ଭିକି ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ଉଭୟ ପ୍ରାୟତଃ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଫଟୋଗୁଡ଼ିକୁ ପ୍ରଶଂସକମାନେ ପସନ୍ଦ ବି କରିଥାନ୍ତି। ଫଟୋରେ ଏହି ଯୋଡ଼ି ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

Share