ଅଙ୍କିତା-ଭିକିଙ୍କ ମଧ୍ୟରେ ଝଗଡା: ବିଗବସ୍‌ ସିଜିନ ୧୭ ପାଲଟିଲା ଦମ୍ପତିଙ୍କ ପାଇଁ ଯୁଦ୍ଧ କ୍ଷେତ୍ର…

ମୁମ୍ବାଇ : ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ’ଟାଇଗର ୩’ ଅଭିନେତା ସଲମାନ ଖାନଙ୍କ ବିବାଦୀୟ ରିୟଲିଟି ଶୋ ‘ବିଗ ବସ ୧୭’ ଧୀରେ ଧୀରେ କିଛି ପ୍ରତିଯୋଗୀଙ୍କ ପାଇଁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ଶୋ’ରେ ଥିବା ଦମ୍ପତିମାନଙ୍କ ମଧ୍ୟରେ ଇଶା ମାଲବ୍ୟ ଏବଂ ସମରଥ ଜୁରେଲ, ଐଶ୍ୱର୍ଯ୍ୟା ଶର୍ମା ଏବଂ ନୀଲ ଭଟ୍ଟ, ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନ। ବେଳେବେଳେ ଶୋ’ରେ ତିନି ଦମ୍ପତିଙ୍କ ମଧ୍ୟରେ ମତଭେଦ ଦେଖା ଦେଉଛି।

ଫଳରେ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନଙ୍କ ସମ୍ପର୍କକୁ ନେଇ ପ୍ରଶଂସକମାନେ ଆଶା ଆଶଙ୍କାରେ ଅଛନ୍ତି। ଟିଭି ଦୁନିଆର ସବୁଠାରୁ ଭଲ ଦମ୍ପତି ଭାବରେ ଜଣାଶୁଣା ଅଙ୍କିତା ଏବଂ ଭିକିଙ୍କ ପାଇଁ ବିଗ ବସ ଘର ଅଶୁଭ ବୋଲି ପ୍ରମାଣିତ ହୋଇଛି। ଉଭୟଙ୍କ ମଧ୍ୟରେ ଝଗଡା ଏତେ ବୃଦ୍ଧି ପାଇଛି ଯେ ପ୍ରଶଂସକମାନେ ଦାବି କରୁଛନ୍ତି ସେମାନଙ୍କ ସମ୍ପର୍କ ଆଉ ରହିବ ନାହିଁ। ଶୋ‘ ଆରମ୍ଭରୁ ଅଙ୍କିତା ଏବଂ ଭିକିଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଛି। ସତେ ଯେପରି ଦୁହେଁ କହିବାକୁ ଚାହୁଁଛନ୍ତି ଦୁହେଁ ବିବାହ କରିଥିବା ଭୁଲି ଯାଇଛନ୍ତି।

ଝଗଡା ଯୋଗୁ ଦୁହେଁ ସୋସିଆଲ ମିଡିଆରେ ଅଧିକ ଟ୍ରୋଲ ହେଉଛନ୍ତି। କିଛି ୟୁଜର ଅଙ୍କିତାଙ୍କୁ ଟ୍ରୋଲ କରୁଥିବାବେଳେ କେହି କେହି ତାଙ୍କ ସ୍ବାମୀ ଭିକିଙ୍କୁ ଟ୍ରୋଲ କରୁଛନ୍ତି। ୟୁଜରମାନେ କହିଛନ୍ତି ସେ ପ୍ରାୟତଃ ନିଜ ସ୍ତ୍ରୀଙ୍କୁ ଅପମାନ କରନ୍ତି। ଏହି ସମୟରେ, ’ୱିକେଣ୍ଡ କା ଭାର୍‌’ରେ ସଲମାନ ଖାନ ଭିକିଙ୍କୁ ତାଙ୍କ ଆଚରଣ ଏବଂ ସ୍ତ୍ରୀ ଅଙ୍କିତାଙ୍କ ପ୍ରତି ଖରାପ ବ୍ୟବହାର ପାଇଁ ସମାଲୋଚନା କରିଥିଲେ।

 

Share