ମାଗଣାରେ କାମ କରିବାକୁ ଚାହାଁନ୍ତି ଅଙ୍କିତା

ମୁମ୍ବାଇ: ବିଗ ବସ ୧୭ ଫେମ ଅଙ୍କିତା ଲୋଖଣ୍ଡେ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ଏହି ଅଭିନେତ୍ରୀ ତାଙ୍କ କ୍ୟାରିୟର ଟେଲିଭିଜନ ଶୋ’ ‘ପବିତ୍ର ରିସ୍ତା’ରୁ ଆରମ୍ଭ କରିଥିଲେ। ଏହାପରଠାରୁ ହିଁ ତାଙ୍କର ଫ୍ୟାନ ଫଲୋଇଙ୍ଗ ସଂଖ୍ୟା ବଢିବାରେ ଲାଗିଥିଲା। ଆଜି ଏହି ଅଭିନେତ୍ରୀଙ୍କ ପାଇଁ କୌଣସି ବିଶେଷ ପରିଚୟର ଆବଶ୍ୟକତା ନାହିଁ। ଅଙ୍କିତା ଟେଲିଭିଜନ ସହ କିଛି ବଲିଉଡ ମୁଭିରେ ବି ନଜର ଆସିଛନ୍ତି। ଏବେ ପର୍ଯ୍ୟନ୍ତ ଦର୍ଶକେ ତାଙ୍କ କାମକୁ ଖୁବ ପସନ୍ଦ କରନ୍ତି।

ନିକଟରେ ଅଙ୍କିତା ତାଙ୍କ ସ୍ବାମୀ ଭିକ୍କି ଜୈନଙ୍କ ସହ ରିୟଲିଟି ଶୋ’ ବିଗ ବସ ୧୭ ସିଜନରେ ଏକାଠି ନଜର ଆସିଥିଲେ। ଏଥିରେ ଉଭୟଙ୍କ ଝଗଡ଼ା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ଶୋ’ରୁ ବାହାରକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଖୁବ ଭଲଭାବେ ବାରି ହୋଇ ପଡିଥିଲା।
ଅଙ୍କିତାଙ୍କ ଅଭିନୀତ ମୁଭି ‘ବୀର ସାଓ୍ବରକର’ ମାର୍ଚ୍ଚ ୨୨ରେ ରିଲିଜ ହେବାକୁ ଯାଉଛି। ଏଥିରେ ସେ ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ଲିଡ ରୋଲରେ ନଜର ଆସିବେ। ନିକଟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ଅଭିନେତ୍ରୀ ତାଙ୍କ କ୍ୟାରିୟରକୁ ନେଇ ଚମକାଇବା ଭଳି କଥା କହିଛନ୍ତି। ସେ କହିଛନ୍ତି ମୋ କ୍ୟାରିୟରରେ ଟଙ୍କା ନୁହେଁ ବରଂ ରୋଲ୍‌ ଜରୁରୀ।
ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋ ପାଇଁ ଟଙ୍କା ସବୁବେଳେ ଦ୍ୱିତୀୟ ନମ୍ବରରେ ଆସିଥାଏ। ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଚରିତ୍ର, ଯାହାକୁ ମୁଁ ପ୍ଲେ କରିବାକୁ ଚାହେଁ। ମୁଁ କେବେ ବି ଟଙ୍କା ପଛରେ ଗୋଡାଇ ନାହିଁ। ମୁଁ ସବୁବେଳେ ପ୍ରଥମେ ପ୍ରୋଜେକ୍ଟ ଉପରେ ଫୋକସ କରିଥାଏ। ଆଜିର ଦିନରେ ମୁଁ ଶୋ’ ଓ ଫିଲ୍ମ ଫ୍ରିରେ କରିବାକୁ ପ୍ରସ୍ତୁତ ଅଛି।
ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଆଜି ଖୁସି ଲାଗୁଛି ଯେ ଟେଲିଭିଜନ ମେକର୍ସ ଫିମେଲ ଆକ୍ଟରଙ୍କ ପାଇଁ ବଜେଟ ବଢାଇ ସାରିଲେଣି। ପୂର୍ବାପେକ୍ଷା ଏବେ ଟେଲିଭିଜନ ଇଣ୍ଡଷ୍ଟ୍ରି ମହିଳାମାନଙ୍କ ପାଇଁ ଆହୁରି ଭଲ ହୋଇଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରି କଥାତ ମୁଁ କହିପାରିବି ନାହିଁ। ଯଦି ମୋତେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କିଛି ଭଲ କାମ ମିଳେ ତେବେ ମୁଁ ନିଶ୍ଚିତ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି।...

ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ...

ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ...

‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା

ମୁମ୍ବାଇ, ୫।୯:ସେନସରଶିପ୍‌କୁ ନେଇ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବାତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ଆଶ୍ୱସ୍ତି ମିଳିନାହିଁ। ଫିଲ୍ମର ସହ ନିର୍ମାତା...

‘ଯେତେବେଳେ ମୁଁ ଏହି ଦୁନିଆ ଛାଡି ଚାଲିଯିବି…’, ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏମିତି କହିଦେଲେ ବିଗ୍‌ ବି, ଐଶ୍ୱର୍ଯ୍ୟାଙ୍କୁ ଦେବେ…

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛି ଶତାବ୍ଦୀର ମେଗାଷ୍ଟାର । ବିଗ୍‌ ବି ୫୦ ବର୍ଷରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ଏହି ୫୦...

‘ତାଙ୍କୁ ବୟକଟ କରିବା ଉଚିତ୍‌’, ଲଣ୍ଡନରୁ ମୁମ୍ବାଇ ଫେରିବା ମାତ୍ରେ ଅନୁଷ୍କାଙ୍କୁ ଏମିତି କହିଦେଲେ…

ମୁମ୍ବାଇ: ପୁଅ ଅକାୟଙ୍କ ଜନ୍ମର ୭ ମାସ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଲଣ୍ଡନରୁ ଭାରତ ଫେରିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ, ସେ ଏକ...

କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri