ସ୍ବାମୀଙ୍କ ସହ ଫଟୋ ଶେୟାର କରି ଟ୍ରୋଲ୍‌ ହେଲେ ଅଙ୍କିତା, ୟୁଜର୍ସ କହିଲେ…

ସିରିଏଲ୍‌ ‘ପବିତ୍ର ରିସ୍ତାରୁ ଅଧିକ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବୃତ୍ତିଗତ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ସର୍ବଦା ସେ ଚର୍ଚ୍ଚାରେ ଥାନ୍ତି। ଅଙ୍କିତା ଭିକି ଜୈନଙ୍କୁ ବିବାହ ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାୟତଃ ସେ କିଛି ନା କିଛି ଫଟୋ ଶେୟାର କରି ଟ୍ରୋଲ ହେଉଛନ୍ତି। ଅଙ୍କିତା ଇନଷ୍ଟାଗ୍ରାମରେ ବର୍ତ୍ତମାନ ଏକ ନୂଆ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହୋଇଛି ।
ଅଙ୍କିତା ଭିକିଙ୍କ ସହ ରୋମାଣ୍ଟିକ ବୋଲ୍ଡ ଫଟୋ ଶେୟାର କରିଥିଲେ। ଫଟୋରେ ଅଙ୍କିତା ବ୍ରାଉନ ରଙ୍ଗର ଗାଉନ ପିନ୍ଧିଥିବାବେଳେ ଭିକିଙ୍କୁ ନୀଳ ରଙ୍ଗର ସାର୍ଟରେ ଦେଖିବାକୁ ମିଳିଛି। ଉଭୟଙ୍କ ଫଟୋ ଦେଖି ଜଣେ ୟୁଜର୍ସ କହିଛନ୍ତି, ଦୁହେଁ ନକଲି । ଅନ୍ୟ ଜଣେ ଲେଖିଛନ୍ତି କି ‘ସବୁବେଳେ କଣ ତୁମକୁ ଆଟେନ୍‌ଶନ ଦରକାର।

Share