Categories: ବାଣିଜ୍ୟ

ଭୁବନେଶ୍ୱରରେ ୧୨୦ଶଯ୍ୟା ବିଶିଷ୍ଟ ଅଙ୍କୁରା ହସ୍ପିଟାଲ

ଭୁବନେଶ୍ୱର,୨୨।୨(ଅଭୟ ଦାଶ)ଦେଶର ପ୍ରମୁଖ ଘରୋଇ ହେଲ୍‌ଥ କେୟାର ସଂସ୍ଥା ତଥା ଅଙ୍କୁରା ହସ୍ପିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ୟୁନିଟ୍‌ ବୁଧବାର ଭୁବନେଶ୍ୱରର ବାପୁଜୀ ନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓବି ଆଣ୍ଡ ଓସିଡବ୍ଲ୍ୟୁଡବ୍ଲ୍ୟୁବିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସାମାଜିକ କର୍ମୀ ରବୀନ୍ଦ୍ର ନାଥ ଛୋଟରାୟ,ଏମ୍‌ପି ଲଭୁ ଶ୍ରୀକ୍ରିଷନ ଦେବରାୟାଲୁଙ୍କ ସମେତ ଅଙ୍କୁରା ହସ୍ପିଟାଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡା.କ୍ରିଷା ପ୍ରସାଦ ଭୁନାମ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦଭିତ୍ତିକ ହେଲ୍‌ଥ କେୟାର ସଂସ୍ଥା ତଥା ମହିଳା ଏବଂ ଶିଶୁଙ୍କ ସ୍ବତନ୍ତ୍ର ଚିକିତ୍ସାଳୟ ‘ଅଙ୍କୁରା ହସ୍ପିଟାଲ’ ଭୁବନେଶ୍ୱରର ବାପୁଜୀନଗରଠାରେ ୧୨୦ଶଯ୍ୟା ବିଶିଷ୍ଠ ଏକ ଅତ୍ୟାଧୁନିକ ହେଲ୍‌ଥ କେୟାର ୟୁନିଟ୍‌ର ଆନୁଷ୍ଟାନିକ ଶୁଭାରମ୍ଭ କରିଛନ୍ତି। ଏଠାରେ ଉଚ୍ଚ ଆପଦପୂର୍ଣ୍ଣ ଶିଶୁ, ପେଡିଆଟ୍ରିକ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଶିଶୁ ସ୍ନାୟବିକ ବିଜ୍ଞାନ, ଅର୍ଥୋପେଡିକ୍ସ, କ୍ୟାନ୍‌ସର ଚିକିତ୍ସା ଓ ଜରୁରିକାଳୀନ ଚିକିତ୍ସା ଆଦି ଉପଲବ୍ଧ। ସେହିଭଳି ଦୀର୍ଘ ୧ଦଶନ୍ଧିରୁ ଅଧିକ ସମୟ ଧରି ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟର ୧୪ଟି କେନ୍ଦ୍ର (ୟୁନିଟ୍‌)ରେ ହସ୍ପିଟାଲ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସହ ସବୁ ବର୍ଗର ବିଶ୍ୱସନୀୟତା ଅର୍ଜନ କରିପାରିଛି। ସେହିପରି ୧୨୦ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ୟୁନିଟ୍‌ରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଜରୁରିକାଳୀନ ଚିକିତ୍ସା ସେବା ସହିତ ସୁସଜ୍ଜିତ ଆମ୍ବୁଲାନ୍ସ, ରୋଗୀ ପରିବହନ ସେବା, ଫାର୍ମାସି, ପରୀକ୍ଷାଗାର ଏବଂ ଗୋଟିଏ ଛାତ ତଳେ ରେଡିଓଲୋଜି ସେବା ଉପଲବ୍ଧ।
ଏ ସମ୍ପର୍କରେ ଅଙ୍କୁରା ହସ୍ପିଟାଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡା.କ୍ରିଷା ପ୍ରସାଦ ଭୁନାମ କହିଛନ୍ତି, ରୋଗୀ ସେବା ଉପରେ ଆମର ସର୍ବଦା ଧ୍ୟ୍ୟାନ ରହିଥିଲାବେଳେ ମହିଳା ଓ ଶିଶୁମାନଙ୍କ ବିଭିନ୍ନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ। ଏପରିକି ସବୁ ବର୍ଗର ଲୋକଙ୍କ ସ୍ବାସ୍ଥ୍ୟ୍‌ସେବା କ୍ଷେତ୍ରରେ ଆମେ ନିରନ୍ତର ଆମର ପ୍ରତିବଦ୍ଧତାକୁ ପୂରଣ କରିଆସିଛୁ।

Share