Categories: ବାଣିଜ୍ୟ

ଅଙ୍କୁରା ହସ୍ପିଟାଲର ଅତ୍ୟାଧୁନିକ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଉଦ୍‌ଘାଟିତ

ଭୁବନେଶ୍ୱର,,୨୧।୬ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅଙ୍କୁରା ହସ୍ପିଟାଲ (ଓ୍ବମେନ ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ ଚେନ୍‌)ର ଭୁବନେଶ୍ୱର ଶାଖା ପରିସରରେ ଏକ ଅତ୍ୟାଧୁନିକ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଗୁରୁବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏଣ୍ଡୋମେଟ୍ରିଓସିସ୍‌ ଏବଂ ଲାପାରୋସ୍କୋପିକ୍‌ ସର୍ଜରି ପାଇଁ ଏହି ସେଣ୍ଟର ଆରମ୍ଭ ହୋଇଥିବାବେଳେ ଉନ୍ନତମାନର ସ୍ତ୍ରୀରୋଗ ଚିକିତ୍ସା ଯୋଗାଇଦେବା ପାଇଁ ଏହା ଉତ୍ସର୍ଗୀକୃତ ହୋଇଛି। ଏହି କେନ୍ଦ୍ର ଓଡ଼ିଶାର ମହିଳାମାନଙ୍କୁ ସର୍ବୋଚ୍ଚ ଗୁଣମାନର ଚିକିତ୍ସା ସେବା ପ୍ରଦାନ କରିବ ଓ ରୋଗୀମାନେ ଆବଶ୍ୟକ ସର୍ଜରି ସୁବିଧା ମଧ୍ୟ ପାଇପାରିବେ।

ଏହି ପରିପ୍ରେକ୍ଷୀରେ ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ଶାଖା ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଅଙ୍କୁରା ହସ୍ପିଟାଲର ଆଡଭାନ୍ସଡ ଲାପାରୋସ୍କୋପି ଓ ଏଣ୍ଡୋମେଟିଓସିସ୍‌ ସର୍ଜରି ହେଡ୍‌ ଡା. ଜିଏସ୍‌ଏସ୍‌ ମହାପାତ୍ରଙ୍କ ସମେତ ଡା. ଗୁରୁପ୍ରସାଦ ଜି ଏବଂ ଡା.ବିଚିତ୍ରାନନ୍ଦ ରାଉତ ପ୍ରମୁଖ ଯୋଗଦେଇ ସାମ୍ବାଦିକ ସମ୍ମିଳନୀର ଆଭିମଖ୍ୟ ଓ ସେଣ୍ଟର ଅଫ୍‌ ଏକ୍ସଲେନ୍ସର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ସୂଚନା ପ୍ରଦାନ କରିଥିଲେ। ଏ ନେଇ ଡା. ଜିଏସ୍‌ଏସ୍‌ ମହାପାତ୍ର କହିଥିଲେ, ଏଠାରେ ଆମର ମା’ ଓ ଶିଶୁ ମାନଙ୍କ ପାଇଁ ସବୁ ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। ଏପରିକି ଏଠାରେ ଆମେ ପିଲାର ଜନ୍ମଠାରୁ ବିକାଶ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ପ୍ରଦାନ କରିଥାଉ।

Share