Categories: ଜାତୀୟ

କୃଷକଙ୍କ ସମର୍ଥନରେ ଆନ୍ନା ହଜାରେ, ରଖିଲେ ଗୋଟିଏ ଦିନର ଉପବାସ

ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ହେବ ଦିଲ୍ଲୀ ସୀମାରେ କୃଷକଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ମଙ୍ଗଳବାର କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ସମର୍ଥକ କରିଛନ୍ତି ସାମାଜିକ କର୍ମୀ ଆନ୍ନା ହଜାରେ । ଏଥିପାଇଁ ସେ ଗୋଟିଏ ଦିନର ଉପବାସ ରଖିଥିବା ଜଣାପଡିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସିନ୍ଧୁ ସୀମାରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଭାରତ ବନ୍ଦର ସମର୍ଥନ ସାରା ଦେଶରେ କରାଯାଉଥିବା ବେଳେ ଏହାର ପ୍ରଭାବ ବି ଦେଖିବାକୁ ମିଳିଛି । ଭାଜପା ଶାସିତ ରାଜ୍ୟରେ ବି ଏହାର ପ୍ରଭାବ ପଡିଛି । ତେବେ କେନ୍ଦ୍ରର କୃଷି ଆଇନକୁ ଫେରାଇ ନେବା ଲାଗି କୃଷକମାନେ ଦାବି କରୁଥିବା ବେଳେ ଏହାର ଲିଖିତ ପ୍ରତିଶ୍ରୁତି ବି ମାଗିଛନ୍ତି । ଏନେଇ ୫ଥର ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହୋଇ ସାରିଲାଣି । ବୁଧବାର ପୁଣିଥରେ ଆଲୋଚନା ହେବ ବୋଲି ଯୋଜନା ଥିବା ବେଳେ ଏବେ ଏହା ଉପରେ ରହିଛି ସମସ୍ତଙ୍କର ନଜର ।

Share