Categories: ଜାତୀୟ

ମୋ ସ୍ବାମୀଙ୍କ ଉପରେ ଘୃଣାଭାବ ରଖିଛନ୍ତି ଆନ୍ନାମଲାଇ: ସେନ୍ଥଲ ବାଲାଜୀଙ୍କ ସ୍ତ୍ରୀଙ୍କ ଅଭିଯୋଗ…

ଚେନ୍ନାଇ,୨୬।୬ : ତାମିଲନାଡୁର ଗିରଫ ହୋଇଥିବା ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଭାଜପା ମୁଖ୍ୟ ଏନ ଅନାମଲାଇ ତାଙ୍କ ସ୍ବାମୀଙ୍କ ବିରୋଧରେ ଘୃଣାଭାବ ରଖିଛନ୍ତି॥

ଏକ ବିବୃତ୍ତିରେ ବାଲାଜୀଙ୍କ ସ୍ତ୍ରୀ ଏସ ମେଗାଲା କହିଛନ୍ତି ବାଲାଜୀ କରୁର ନିର୍ବାଚନମଣ୍ଡଳୀରୁ ୨୦୨୧ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଠାରେ ସେ ପ୍ରାୟ ୧୨,୪୦୦ ଭୋଟ ବ୍ୟବଧାନରେ ଜିତିଥିଲେ। ଏହା ପରେ ତାଙ୍କୁ ଡିଏମକେ ପାର୍ଟି ଦ୍ୱାରା ତାମିଲନାଡୁର ପଶ୍ଚିମ ଅଞ୍ଚଳର ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ତାଙ୍କ ସ୍ବାମୀଙ୍କ ଗିରଫଦାରୀକୁ ନେଇ ମେଗାଲା ମାଡ୍ରାସ ହାଇକୋର୍ଟରେ ଏକ ବନ୍ଦୀ ପ୍ରତକ୍ଷୀକରଣ(ହର୍ବାଦ କପ) ଆବେଦନ କରିଥିଲେ। ସେ ଏହି ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଅନ୍ନାମଲାଇ ସର୍ବଦା ବାଲାଜୀଙ୍କୁ ଘୃଣା କରନ୍ତି। ସେ ସବୁବେଳେ ବାଲାଜୀଙ୍କୁ ରାଜନୀତିରେ ପ୍ରତ୍ୟକ୍ଷ ବିପଦ ବୋଲି ବିବେଚନା କରୁଥିଲେ।

ସୂଚନାଯୋଗ୍ୟ, ତାମିଲନାଡୁର ବିଦ୍ୟୁତ ଏବଂ ଏକ୍ସାଇଜ ମନ୍ତ୍ରୀ ବାଲାଜୀଙ୍କୁ ଆୟରୁ ଅଧିକ ସମ୍ପତ୍ତି ଏବଂ ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ଗିରଫ କରାଯାଇଛି। ସ୍ବର୍ଗତ ଜେ ଜୟଲଳିତାଙ୍କ ନେତୃତ୍ୱରେ ସେ ପୂର୍ବ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡା ମୁନେଟ୍ରା କାଜଗାମ (ଏଆଇଏଡିଏମକେ) ସରକାରରେ ପରିବହନ ମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ଘଟିଥିଲା।

Share