Categories: ଜାତୀୟ

ଷ୍ଟାଲିନଙ୍କୁ ଟାର୍ଗେଟ କଲେ ଆନ୍ନାମଲାଇ, ଆଉ ଏକ ମାମଲା ରୁଜୁ କର

ଚେନ୍ନାଇ,୧୪।୫: ଚର୍ଚ୍ଚିତ ‘ଡିଏମକେ ଫାଇଲ୍ସ’ରେ ପିଟିଆର୍‌ଙ୍କ ଅଡିଓ ଟେପ ଭାଇରାଲକୁ ନେଇ ତାମିଲନାଡୁର ରାଜନୀତି ସରଗରମ ରହିଛି। ତେବେ ଏ ନେଇ ତାମିଲନାଡୁ ସରକାର ତାମିଲନାଡୁର ଭାଜପା ମୁଖ୍ୟ କେ ଆନ୍ନାମଲାଇଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ହେଲେ ଆଉ ଏକ ମାନହାନି ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ସେ ଚ୍ୟାଲେଞ୍ଜ କରିଛନ୍ତି। ଡିଏମେକେ ଫାଇଲକୁ ନେଇ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବାର ଦୁଇଦିନ ପରେ ସେ ଏପରି ଆହ୍ବାନ କରିଛନ୍ତି।

ଶୁକ୍ରବାର ଷ୍ଟାଲିନ୍‌ ମନ୍ତ୍ରୀମଣ୍ଡଳରୁ ପି.ଟି.ଆର୍‌ ପଲାନିଭେଲଙ୍କୁ ଅର୍ଥମନ୍ତ୍ରୀ ପଦବୀରୁ ହଟାଯାଇଥିଲା। ତେବେ ଏନେଇ ଆନ୍ନାମଲାଇ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ପଲାନିଭେଲଙ୍କ ହାତରୁ ଅର୍ଥ ବିଭାଗ ଛଡାଇ ନେଇ ତାଙ୍କୁ ସୂଚନା ପ୍ରଯୁକ୍ତି ବିଭାଗ ଦିଆଯିବାର କାରଣ କ’ଣ?
ସାମ୍ବାଦିକ ସମ୍ମିଳନୀରେ ଆନ୍ନାମଲାଇ ଆହୁରି କହିଛନ୍ତି ଯେ, ପିଟିଆର୍‌ ଅର୍ଥ ବିଭାଗ ଦାୟିତ୍ୱରେ ରହି ଭଲ କାମ କରୁଛନ୍ତି ବୋଲି ନିଜେ ଷ୍ଟାଲିନ ଏକାଧିକ ବାର ତାଙ୍କୁ ପ୍ରଶଂସା କରିଛନ୍ତି। ତେବେ ତାଙ୍କ ଅଡିଓ କ୍ଲିପ୍‌ ଭାଇରାଲ ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଯିବାର କାରଣ କଣ।

Share