ନିର୍ଦ୍ଦେଶକଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଅନନ୍ୟା!

ମୁମ୍ବାଇ: ବଲିଉଡର ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଅନନ୍ୟା ପାଣ୍ଡେ । ଅଗଷ୍ଟ ୨ରେ ରିଲିଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ । ରାମ୍ୟା କୃଷ୍ଣା ଓ ବିଜୟ ଦେବରକୋଣ୍ଡା ଫିଲ୍ମରେ ଲିଡ ରୋଲରେ ନଜର ଆସିବେ । ଉଭୟ କଳାକାର ଏବେ ଫିଲ୍ମର ପ୍ରମୋଶନରେ ବିଜି ଅଛନ୍ତି । ଇତି ମଧ୍ୟରେ ବିଜୟ ଓ ରାମ୍ୟାଙ୍କ ଏକ ସାକ୍ଷାତ୍‌କାର ସମ୍ନାକୁ ଆସିଛି । ଏଥିରେ ଅନନ୍ୟାଙ୍କ ନିର୍ଦ୍ଦେଶକଙ୍କ ସହ କାମ କରିବାର ଏକ ବିଚାରକୁ ଶେୟାର କରାଯାଇଛି । ସେ ଯେଉଁ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତାହାର ଏକ ଲିଷ୍ଟ ରଖିଛନ୍ତି । ପତି ପତ୍ନୀ ଔର ୱର ଅଭିନେତ୍ରୀ କହିଛନ୍ତି, ବାସ୍ତବରେ ଏଠାରେ ବହୁତ ଲୋକ ଅଛନ୍ତି, ହେଲେ ମୁଁ ଏସଏସ ରାଜାମୌଳି ସାରଙ୍କ ସହ କାମ କରିବାକୁ ଚାହୁଁଛି । ଏହାସହ ଜୋୟା ଅଖତର, କରନ ଜୋହରଙ୍କ ସହ ବି କାମ କରିବାକୁ ଚାହାନ୍ତି ଅନନ୍ୟା । ଆୟନ ଜିଙ୍କ ସହ ବି କାମ କରିବାକୁ ଚାହୁଁଛି ବୋଲି କହିଛନ୍ତି ଅନନ୍ୟା । ସେ ଫିଲ୍ମ ବ୍ରହ୍ୱାସ୍ତ୍ର ବି କରୁଛନ୍ତି । ଏହି ଫିଲ୍ମକୁ ଦେଖିବାକୁ ମୁଁ ଖୁବ ଏକସାଇଟେଡ ଅଛି ବୋଲି ଅନନ୍ୟା କହିଛନ୍ତି । କେବଳ ସେତିକି ନୁହେଁ ସଞ୍ଜୟ ଲିଲା ଭଂସାଲିଙ୍କ ସହ ବି କାମ କରିବାକୁ ଇଚ୍ଛା ରଖିଛନ୍ତି ଅଭିନେତ୍ରୀ ।
ସୂଚନାଯୋଗ୍ୟ, ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ହିନ୍ଦୀ, ତାମିଲ, ତେଲଗୁ, କନ୍ନଡ ଓ ମଲାୟାଲମରେ ରିଲିଜ୍ କରାଯିବ ।

Share