ବ୍ରିଟେନ୍‌ ସାଇବର-ସ୍ପାଇଂ ଏଜେନ୍ସି ମୁଖ୍ୟ ଆନେ କିଷ୍ଟ-ବଟଲର

ଲଣ୍ଡନ, ୧୨।୪: ବ୍ରିଟେନର ସାଇବର-ସ୍ପାଇଂ ଏଜେନ୍ସି ଗଭର୍ନମେଣ୍ଟ କମ୍ୟୁନିକେଶନ୍ସ ହେଡ୍‌କ୍ୱାର୍ଟର୍ସ (ଜିସିଏଚ୍‌କ୍ୟୁ)ର ମୁଖ୍ୟ ପଦ ପାଇଁ ପ୍ରଥମ ମହିଳା ଭାବେ ଆନେ କିଷ୍ଟ-ବଟଲର ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ଆନେ ବ୍ରିଟେନ୍‌ର ଡୋମେଷ୍ଟିକ୍‌ ଇଣ୍ଟେଲିଜେନ୍ସ ସର୍ଭିସ୍‌ ଏମ୍‌୧୫ର ଉପ-ସଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ମେ’ରେ ସେ ବିଧିବଦ୍ଧ ଭାବେ ଜିସିଏଚ୍‌କ୍ୟୁର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି। ଲଗାତର ୩୦ ବର୍ଷ ଧରି ଆନେ ଜାତୀୟ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ସାର୍‌ ଜେରେମି ଫ୍ଲେମିଂ ଜିସିଏଚ୍‌କ୍ୟୁର ମୁଖ୍ୟ ଅଛନ୍ତି। ଗତ ଜାନୁୟାରୀରେ ଫ୍ଲେମିଂ ଦାୟିତ୍ୱରୁ ଓହରିବା ନେଇ ଘୋଷଣା କରିଥିଲେ।

Share