Categories: ବାଣିଜ୍ୟ

ମେସର୍ସ ଉତ୍କଳ ଅଟୋମୋବାଇଲ୍‌ସର ବାର୍ଷିକ ଉତ୍ସବ

ଫୁଲନଖରା,୨୬ା୮ (ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ବର ପାହାଳସ୍ଥିତ ମହିନ୍ଦ୍ରା ୱାର୍କଶପ୍‌ରେ ମେସର୍ସ ଉତ୍କଳ ଅଟୋ ମୋବାଇଲ୍‌ସର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଉତ୍କଳ ଅଟୋ ମୋବାଇଲସ୍‌ର ନିର୍ଦ୍ଦେଶକ ସୌନକ ଆର. ପାରିଖ୍‌, ନିର୍ଦ୍ଦେଶିକା ସୁଦୀପ୍ତା ପାରିଖ୍‌ ଓ ଆର୍‌ଏସ୍‌ଏମ୍‌ ସୁମିତ୍‌ ଆରୋରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଅନୁଷ୍ଠାନର ୭୫୦ କର୍ମଚାରୀ ଯୋଗଦେଇଥିଲେ। ମହିନ୍ଦ୍ରା ଓ ହୋଣ୍ଡା କମ୍ପାନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ୩୫୬ ଜଣ କାର୍ଯ୍ୟରତ କର୍ମଚାରୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ଡିଜିଏମ୍‌ (ଏଚ୍‌ଆର୍‌) ପ୍ରତାପ କୁମାର ଧଳସାମନ୍ତ, ଜିଏମ୍‌ (ସେଲ୍ସ) ଶୁଭେନ୍ଦୁ ପଟ୍ଟନାୟକ, ଜିଏମ୍‌ (ସର୍ଭିସ) ହେମନ୍ତ କୁମାର ସାହୁ, ପରିଚାଳକ ପିଡିଆଇ ସତ୍ୟନାରାୟଣ ରାୟଙ୍କ ସମେତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share