ଆଜି ଚାଷୀଙ୍କ ପାଇଁ ସହାୟତା ଘୋଷଣା

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଅକ୍ଷୟ ତୃତୀୟ ଏବଂ କୃଷକ ଦିବସ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସାରେ କୃଷମାନଙ୍କ ଲାଗି ସହାୟତା ରାଶି ପ୍ରଦାନ କରିବେ। କାଳିଆ ଯୋଜନାରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ। ଶନିବାର ଅକ୍ଷୟ ତୃତୀୟା ପାଳନ ହେବ। ଏହିଦିନ ଚାଷୀକୁଳ ଅଖିମୁଠୀ ଅନୁକୂଳ କରିଥାଆନ୍ତି। ସେଥିଲାଗି ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। କରୋନା ମହାମାରୀ ଯୋଗୁ ରାଜ୍ୟ ସାରା ଲୋକ ଅସୁବିଧା ଦେଇ ଗତି କରୁଥିବାବେଳେ ଚାଷୀକୁଳ ପାଇଁ ଏହି ସହାୟତା ରାଶି ବିଶେଷ ସହାୟକ ହେବ। ଗତ ଫେବୃୟାରୀ ୧୩ରେ ମୁଖ୍ୟମନ୍ତ୍ରୀ ୫୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୧,୨୭୨ କୋଟି ଟଙ୍କା ଦେବା ନେଇ ଘୋଷଣା କରିଥିଲେ।

 

Share