୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ୫୦୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସ୍‌ସିର ଓ୍ବେବ୍‌ସାଇଟ୍‌ www.opsc.gov.inରେ ଅନ୍‌ଲାଇନ୍‌ ମାଧ୍ୟମରେ ଅବେଦନ କରିପାରିବେ। ଫେବୃୟାରୀ ୧୫ରୁ ମାର୍ଚ୍ଚ ୧୪ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ ଫି’ ମାର୍ଚ୍ଚ ୧୪ତାରିଖ ରାତି ୧୧ଟା ୫୦ ମିନିଟ୍‌ ଭିତରେ ଦାଖଲ କରିବାକୁ ପଡ଼ିବ। ପ୍ରାର୍ଥୀମାନେ ମାର୍ଚ୍ଚ ୨୨ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଷୟଭିତ୍ତିକ ଖାଲି ପଦବୀ ପାଇଁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଉଲ୍ଲେଖଯୋଗ୍ୟ, ୫୦୪ ପଦବୀ ମଧ୍ୟରୁ ୧୪୮ଟି ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି।

Share