ଘୋଷଣା ହେଲା ଖରାଛୁଟି: ଅନ୍‌ଲାଇନ୍‌ କ୍ଲାସ, ପରୀକ୍ଷା ବନ୍ଦ

ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି। ମେ’ ୫ ତାରିଖ ଠାରୁ ୩୧ ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି କରାଯାଇଛି। ଏଥି ସହ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସପାଲ ମାନଙ୍କୁ ମଧ୍ୟ ଏନେଇ ଚିଠି କରାଯାଇଛି।
ତେବେ ଖରାଛୁଟି ସମୟରେ ଅନ୍‌ଲାଇନ କ୍ଲାସ ଅବା ପରୀକ୍ଷା କରାଯିବାକୁ ସ୍ପଷ୍ଟ ଭାବେ ବାରଣ କରାଯାଇଛି। କେବଳ ପିଏଚ୍‌ଡି ଓ ଅନ୍ୟ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସାକ୍ଷାତକାର କରାଯାଇପାରିବ। ଶିକ୍ଷାନୁଷ୍ଠାନଗୁଡିକ ଅଫିସ କାର୍ଯ୍ୟ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

୨୪ ଘଣ୍ଟା ପରେ ଆହୁରି ଖସିବ ପାରଦ

ନୂଆବର୍ଷରୁ ରାଜ୍ୟକୁ ପୁଣି ଫେରିବ ଶୀତ ।୨୪ ଘଣ୍ଟା ପରେ ରାଜ୍ୟରେ ଆହୁରି ଖସିବ ପାରଦ । ଏବେ ପାରଦ ଖସିବା ସହ ଅନୁଭୂତ ହେଉଛି...

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍

ଭୁବନେଶ୍ୱର,୩୦।୧୨: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦୁଇଟି ଡବଲ ଡେକର ଇଲେକ୍ଟ୍ରିକ୍ ବସ୍ ମୁମ୍ବାଇରୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭୁବନେଶ୍ୱର, ଝାରସୁଗୁଡାରୁ ଏଣିକି ଏହି ସବୁ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର,୩୦।୧୨: ନୂଆବର୍ଷରୁ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡାରୁ  ଅଧିକ ସହରକୁ ସିଧାସଳଖ ଯୋଡି ହେବ ବିମାନସେବା । ଜାନୁଆରୀ ୧ରୁ...

ଯାତ୍ରାରେ ଅଶ୍ଳୀଳ ନୃତ୍ୟ: ସାହୁ ଭାଉଜଙ୍କ ବିରୋଧରେ ପୋଲିସ ରୁଜୁ କଲା ମାମଲା

ମାଲକାନଗିରି, ୩୦ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ କତାମେଟାରେ ଶନିବାର ଶ୍ରୀକ୍ଷେତ୍ର ଅପେରା ଯାତ୍ରା କରୁଥିବା ବେଳେ ଜଣେ ତରୁଣୀଙ୍କ ଅଶ୍ଳୀଳ ନୃତ୍ୟକୁ ଆଧାରକରି...

ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ଅଭିନୟ ପାଇଁ ମନୋନୀତ ହେଲେ ବୃନ୍ଦାବନ ସାଂକୃତିକ ଅନୁଷ୍ଠାନର କଳାକାର

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଷାଠିଏ ଜଣ କଳାକାର କେନ୍ଦ୍ର ସଂସ୍କୃତି ବିଭାଗ ଓ କେନ୍ଦ୍ର ସଙ୍ଗୀତ ନାଟକ...

ଉଜୁଡ଼ାଜମି ଦେଖି ଦୁଃଖୀ ହେଲେ ନବୀନ, କହିଲେ ମୁଁ ଥିଲେ..

ଭୁବନେଶ୍ୱର,୩୦।୧୨: ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ ନବୀନ...

ଜାନୁଆରୀ ୭ରେ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର,୩୦।୧୨(ସୁନିଲ କୁମାର ମହାନ୍ତି): ଜାନୁୟାରୀ ୭ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକସ୍ଥିତ ଖଇରଗୁଡା ଗାଁ ପ୍ରସିଦ୍ଧ ବଡଖଳା...

ନନ୍ଦନକାନନରେ କାଲି ଖୁସି, ଆଜି ଦୁଃଖ: ଆଖି ବୁଜିଲା ସିମ୍ପାଞ୍ଜି

ଭୁବନେଶ୍ୱର,୩୦।୧୨: ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସୋମବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବୟସାଧିକ କାରଣରୁ ଜୁଲୁ ନାମକ ସିମ୍ପାଞ୍ଜିର ମୃତ୍ୟୁ ଘଟିଛି। ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri