ଭୁବନେଶ୍ୱର,୭।୩: ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି ।
ସୂଚନା ଅନୁଯାୟୀ, ଦେଶରେ ସାଧାରଣ ନିର୍ବାଚନ ହେବାକୁଥିବାବେଳେ ଓଡିଶାରେ ମେଣ୍ଟ ରାଜନୀତି ଜୋର ଧରିଛି। ଗତକାଲି ଭାଜପା ବରିଷ୍ଠ ନେତା ଦିଲ୍ଲୀ ଯାଇଥିବାବେଳେ ଦିଲ୍ଲୀରୁ ବଡ ନେତା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଓଡିଶାରେ ବିଜେଡିର ଗତକାଲି ନବୀନ ନିବାସରେ ହାଇଲେଭଲ ବୈଠକ ହୋଇଥିଲା। ବିଜେଡିର ବରିଷ୍ଠ ନେତା ଏନେଇ ସଙ୍କେତ ଦେଇଥିଲେ ହେଁ ଏବେ ଯାଏଁ କୌଣସି ଦଳ ପକ୍ଷରୁ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ହୁଏତ ଅମିତ ଶାହାଙ୍କ ଗସ୍ତ ଅବସରରେ ମେଣ୍ଟ ନେଇ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ , ତେବେ ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ ଏକାଠି ହେବେ ବିଜେଡି ଆଉ ଭାଜପା।