Categories: ଜାତୀୟ

୯ଟି ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୧୫।୧୦: ଉତ୍ତରପ୍ରଦେଶରେ ୯ଟି ଆସନ ପାଇଁ ଉପ-ନିର୍ବାଚନ ଘୋଷଣା କରାଯାଇଛି। ତେବେ ରାଜ୍ୟରେ ୧୦ ସ୍ଥାନରେ ଉପ-ନିର୍ବାଚନ ହେବାର ଥିଲା। ମାତ୍ର ବର୍ତ୍ତମାନ ୯ଟି ଆସନ ପାଇଁ ଉପ-ନିର୍ବାଚନ ଘୋଷଣା କରାଯାଇଛି। ଅଯୋଧ୍ୟା ମିଲ୍କିପୁର ଆସନ ପାଇଁ ଉପ-ନିର୍ବାଚନ ଘୋଷଣା ହୋଇନାହିଁ। ମିଲ୍କିପୁର ଆସନରେ ଉପ-ନିର୍ବାଚନ ଘୋଷଣା ହୋଇ ନ ଥିବାରୁ ବର୍ତ୍ତମାନ କେବଳ ୯ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।

ଆୟୋଗ ଦେଇଥିବା ସୂଚନାରେ କୁହାଯାଇଛି, ନଭେମ୍ବର ୧୩ରେ ୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ ନିର୍ବାଚନମଣ୍ଡଳୀ (ୱାୟନାଡ) ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୨୦ରେ ଉତ୍ତରପ୍ରଦେଶର ୧ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୨୦ରେ ମହାରାଷ୍ଟ୍ରର ଗୋଟିଏ ସଂସଦୀୟ ନିର୍ବାଚନମଣ୍ଡଳୀ (ନନ୍ଦେଡ) ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନ ସହିତ ନଭେମ୍ବର ୨୩ରେ ଏହି ସମସ୍ତ ଉପ-ର୍ନିବାଚନର ଫଳାଫଳ ଘୋଷଣା କରାଯିବ।

Share