Categories: ଜାତୀୟ

ଝାଡ଼ଖଣ୍ଡର ଦଳିତ, ଆଦିବାସୀଙ୍କ ପାଇଁ ପେନ୍‌ସନ୍‌ ଘୋଷଣା

ରାଞ୍ଚତ୍,୩୦ା୧୨(ପି.ଟି.): ଝାଡ଼ଖଣ୍ଡର ଆଦିବାସୀ ଏବଂ ଦଳିତମାନେ ୫୦ ବର୍ଷ ବୟସରେ ପହଞ୍ଚତ୍ଲେ ପେନ୍‌ସନ୍‌ ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଶୁକ୍ରବାର ସେମାନଙ୍କ ପାଇଁ ପେନ୍‌ସନ୍‌ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟରେ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ରାଞ୍ଚତ୍ର ମୋରାବାଦିରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସୋରେନ୍‌ କହିଥିଲେ, ଆଦିବାସୀ ଓ ଦଳିତଙ୍କ ମଧ୍ୟରେ ମୃତ୍ୟୁ ହାର ଅଧିକ। ୬୦ ବର୍ଷ ପରେ ସେମାନଙ୍କୁ କୌଣସି କାମଧନ୍ଦା ମିଳୁନାହିଁ। ତେଣୁ ୫୦ ବର୍ଷ ବୟସରେ ପହଞ୍ଚତ୍ଲେ ସେମାନଙ୍କୁ ପେନ୍‌ସନ୍‌ ଯୋଗାଇଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଝାଡ଼ଖଣ୍ଡ ଗଠନ ହେବାର ୨୦ ବର୍ଷ ମଧ୍ୟରେ ମାତ୍ର ୧୬ ଲକ୍ଷ ଲୋକ ଭତ୍ତା ସୁବିଧା ପାଉଥିଲେ। କିନ୍ତୁ ତାଙ୍କ ସରକାର ୬୦ ବର୍ଷରୁ ଊର୍ଦ୍ଧ୍ୱ ୩୬ ଲକ୍ଷ ଲୋକଙ୍କୁ ଭତ୍ତା ଯୋଗାଇଦେଉଥିବା ସେ କହିଛନ୍ତି।

Share