Categories: ଜାତୀୟ

୨ ସପ୍ତାହ ମଧ୍ୟରେ କର ପୌର ପରିଷଦ ନିର୍ବାଚନ ଘୋଷଣା, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ…

ନୂଆଦିଲ୍ଲୀ, ୪।୫ : ମହାରାଷ୍ଟ୍ରରେ ସ୍ଥାନୀୟ ପୌର ପରିଷଦ ନିର୍ବାଚନକୁ ନେଇ ରାଜ୍ୟ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆସନ୍ତା ୨ ସପ୍ତାହ ମଧ୍ୟରେ ବିଏମସି ଏବଂ ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନର ତାରିଖ ଘୋଷଣା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓବିସି ସଂରକ୍ଷଣ ଅନୁମୋଦନ ପରେ ହିଁ ରାଜ୍ୟ ସରକାର ନିର୍ବାଚନ କରିବେ ବୋଲି କହିଥିଲେ। ଏହି ଆଦେଶର ସାମ୍ବିଧାନିକତା ପରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମହାରାଷ୍ଟ୍ରରେ ୨୦ ଟି ମ୍ୟୁନିସିପାଲିଟି କର୍ପୋରେଶନ, ୨୫ ଟି ଜିଲ୍ଲା ପରିଷଦ, ୨୮୫ ଟି ପଞ୍ଚାୟତ ସମିତି, ୨୧୦ ଟି ନଗର ପରିଷଦ ଏବଂ ୨୦୦୦ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ। ମ୍ୟୁନିସିପାଲିଟି କର୍ପୋରେଶନ ଗୁଡିକ ମଧ୍ୟରେ ମୁମ୍ବାଇ, ପୁଣେ, ଥାନେ, ନାସିକ, ନାଭି ମୁମ୍ବାଇ, ନାଗପୁର, କୋଲହାପୁର ଏବଂ ସୋଲାପୁର ଆଦି ରହିଛି।

ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟର ମହାବିକାଶ ଆଘାଡି ମେଣ୍ଟ ସରକାର ପୂର୍ବତନ ମୁଖ୍ୟ ସଚିବ ଜୟନ୍ତ ବନଠିଆଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ଗଠନ କରିଥିଲେ।

ଓବିସି ସଂରକ୍ଷଣ ମାମଲା ଉପରେ କୋର୍ଟ ରୋକ ଲଗାଇଥିଲେ। ମହାରାଷ୍ଟ୍ର ରାଜ୍ୟ ପଛୁଆ ବର୍ଗ ଆୟୋଗ (ଏମଏସସିବିସି)ର ରିପୋର୍ଟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହା ସ୍ଥାନୀୟ ନିର୍ବାଚନରେ ୨୭ ପ୍ରତିଶତ ଓବିସି କୋଟା ସୁପାରିଶ କରିଥିଲା।

ଅଦାଲତ କହିଥିଲେ ଯେ ତଥ୍ୟର ଅଧ୍ୟୟନ ଏବଂ ଅନୁସନ୍ଧାନ ବିନା ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ପରେ ମହାରାଷ୍ଟ୍ର ସରକାର ଓବିସିର ରାଜନୈତିକ ପଛୁଆ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଏକ ପୃଥକ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ।

Share