ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା

ଷ୍ଟକହୋମ,୫।୧୦: ସାହିତ୍ୟ ପାଇଁ ଗୁରୁବାର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ନରଓ୍ବେ ସାହିତି୍ୟକ ଜନ ଫୋସେଙ୍କୁ ତାଙ୍କର ଅଭିନବ ନାଟକ ଏବଂ ଗଦ୍ୟ, ଯାହା ଅଜ୍ଞାତର ସ୍ବର ହୋଇଯାଏ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଗତକାଲି କ୍ୱାଣ୍ଟମ୍‌ ଡଟ୍‌ସ ପାଇଁ କାମ କରିଥିବା ୩ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେମାନେ ହେଲେ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ର ମୌଙ୍ଗି ଜି. ବାଓ୍ବେଣ୍ଡି, କଲମ୍ବିଆ ୟୁନିଭର୍ସିଟିର ଲୁଇସ୍‌ ଇ. ବ୍ରୁସ୍‌ ଏବଂ ନାନୋକ୍ରିଷ୍ଟାଲସ୍‌ ଟେକ୍‌ନୋଲୋଜି ଆଇଏନ୍‌ସିର ଆଲେକ୍ସେଇ ଆଇ. ଏକିମୋଭ୍‌।

Share