Categories: ଖେଳ

ବାଦ ପଡ଼ିଲେ ରିଚା, ଶିଖା: ନୂଆ ମୁହଁ ଭାବେ ଉମା ସାମିଲ

ନୂଆଦିଲ୍ଲୀ, ୩ା୭: ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ମହିଳା ଟି୨୦ ଓ ଦିନିକିଆ ଦଳ ଘୋଷଣା କରାଯାଇଛି। ଉଇକେଟ କିପର ରିଚା ଘୋଷ ଏବଂ ଶିଖା ପାଣ୍ଡେ ଏହି ଦଳରୁ ବାଦ ପଡିଥିବା ବେଳେ ଆସାମର ଉମା ଚେତ୍ରୀ ନୂଆ ମୁହଁ ଭାବରେ ଦଳରେ ସାମିଲ ହୋଇଛନ୍ତି।

ଟି୨୦ ବିଶ୍ୱକପ ପାଇଁ ଡାକରା ପାଇଥିବା ଶିଖା ପାଣ୍ଡେଙ୍କୁ ବାଦ ଦିଆଯାଇଥିବା ବେଳେ ଉଭୟ ଟି୨୦ ଓ ଦିନିକିଆ ଦଳରୁ ରିଚା ବାଦ ପଡିଛନ୍ତି। ପେସ୍‌ ବୋଲର ରେଣୁକା ସିଂ ବାଦ ପଡିଥିବା ବେଳେ ୧୮ ଜଣିଆ ଦଳରେ ମିନ୍ନୁ ମଣି, ଅନୁଶା ବରେଡି ଓ ରାଶି କନୋଜିୟାଙ୍କୁ ସାମିଲ କରାଯାଇଛି। ଶେଷ ଥର ପାଇଁ ୨୦୨୧ରେ ଖେଳିଥିବା ମୋନିକା ପଟେଲ ଓ ପ୍ରିୟା ପୁନିଆଙ୍କୁ ଦଳରେ ସାମିଲ କରାଯାଇଛି। ସ୍ନେହ ରଣା ଟି୨୦ ଦଳରୁ ବାଦ ପଡିଥିବା ବେଳେ ସବ୍ବିନ୍ନେନୀ ମେଘନା ଦିନିକିଆ ଦଳରୁ ବାଦ ପଡିଛନ୍ତି। ଭାରତ ଏହି ସିରିଜ୍‌ରେ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ ଖେଳିବ।
ଟି୨୦ ଦଳ: ହରମନ୍‌ପ୍ରୀତ୍‌ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ-ଅଧିନାୟକ), ଦୀପ୍ତି ଶର୍ମା, ଶେଫାଳି ବର୍ମା, ଜେମିମା ରୋଡ୍ରିଗୁଏଜ, ୟସ୍ତିକା ଭାଟିଆ, ହରଲିନ୍‌ ଦେଓଲ, ଦେବିକା ବୈଦ୍ୟ, ଉମା ଚେତ୍ରୀ, ଅମନଜୋତ କୌର, ଏସ୍‌. ମେଘନା, ପୂଜା ବସ୍ତ୍ରକାର, ମେଘନା ସିଂ, ଅଞ୍ଜଳି ଶ୍ରାବଣୀ, ମୋନିକା ପଟେଲ, ରାଶି କନୋଜିୟା, ଅନୁଶା ବରେଡ୍ଡି, ମିନ୍ନୁ ମଣି।
ଦିନିକିଆ ଦଳ: ହରମନ୍‌ପ୍ରୀତ୍‌ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ-ଅଧିନାୟକ), ଦୀପ୍ତି ଶର୍ମା, ଶେଫାଳି ବର୍ମା, ଜେମିମା ରୋଡ୍ରିଗୁଏଜ, ୟସ୍ତିକା ଭାଟିଆ, ହରଲିନ୍‌ ଦେଓଲ, ଦେବିକା ବୈଦ୍ୟ, ଉମା ଚେତ୍ରୀ, ଅମନଜୋତ କୌର, ପ୍ରିୟା ପୁନିଆ, ପୂଜା ବସ୍ତ୍ରକାର, ମେଘନା ସିଂ, ଅଞ୍ଜଳି ଶ୍ରାବଣୀ, ମୋନିକା ପଟେଲ, ରାଶି କନୋଜିୟା, ଅନୁଶା ବରେଡ୍ଡି, ସ୍ନେହ ରାଣା।

Share