Categories: ଖେଳ

ବିନା ଅଧିନାୟକରେ ଟିମ୍ ଘୋଷଣା କଲା ପାକିସ୍ତାନ; ଜିମ୍ବାୱେ ଗସ୍ତରୁ ବାଦ ପଡ଼ିଲେ ବାବର-ଶାହୀନ

ନୂଆଦିଲ୍ଲୀ,୨୭ା୧୦: ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଜିମ୍ବାୱେ ଗସ୍ତ ପାଇଁ ଦଳରେ ସାମିଲ କରାଯାଇନାହିଁ। ଦ୍ରୁତ ବୋଲର ଶାହୀନ ଆଫ୍ରିଦି ଏବଂ ନସିମ ଶାହାଙ୍କୁ ମଧ୍ୟ ଜିମ୍ବାୱେ ଗସ୍ତରେ ସାମିଲ କରାଯାଇନାହିଁ। ଏହି ତିନି ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ ଦୁଇ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳରୁ ବାହାର କରାଯାଇଥିଲା।

ତେବେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବାବର, ଶାହୀନି ଏବଂ ନସିମଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଉଭୟ ଦଳରେ ସାମିଲ କରାଯାଇଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି ପାକିସ୍ତାନ ବିନା ଅଧିନାୟକରେ ହିଁ ଦଳ ଘୋଷଣା କରିଛି। କିଛିଦିନ ତଳେ ବାବର ଦିନିକିଆ ଏବଂ ଟି୨୦ ଦଳର ଅଧିନାୟକ ପାଦ ଛାଡି ଦେଇଥିଲେ। ତେବେ ଆଗାମୀ ଖବରଦାତା ସମ୍ମିଳନୀରେ ପାକିସ୍ତାନ ଅଧିନାୟକ ଘୋଷଣା କରିପାରେ। ପାକିସ୍ତାନ ଟିମ୍ ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ଜିମ୍ବାୱେ ଗସ୍ତରେ ଯିବ।

Share