ବିଜେଡିର ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା: ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସଂଗଠନ ସଜାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ଗତକାଲି ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଆଜି ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି ଦଳ। ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀ।

ସେହିପରି ବିଜୁ ମହିଳା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । କସ୍ତୁରୀ ମହାପାତ୍ର ସେକ୍ରେଟେରୀ ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି। ୭ ଜଣଙ୍କୁ ଜୋନ ସଭାପତି, ୯ ଜଣଙ୍କୁ ବରିଷ୍ଠ ଉପସଭାପତି, ୨୭ ଜଣଙ୍କୁ ଉପସଭାପତି ଭାବରେ ନିଯୁକ୍ତି ଦେଇଛି ଦଳ। ଅନ୍ୟପଟେ ୩୫ ଜଣଙ୍କୁ ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦକ, ୩୬ ଜଣଙ୍କୁ ସମ୍ପାଦକ ଓ ୨୮ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଛି । ୩୩ ଜଣ ଜିଲା ସଭାପତିଙ୍କ ନାଁ ବି ଘୋଷଣା କରାଯାଇଛି। ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବା ପରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

Share