Categories: ଜାତୀୟ

କୁକୁର ଭୋକିବାରୁ ମାଲିକଙ୍କୁ ପିଟି ପିଟି ମାରି ଦେଲେ

ନୂଆଦିଲ୍ଲୀ,୨୪।୩: ପୋଷା କୁକୁର ଲଗାତର ଭୋକିବାରୁ ଜଣେ ୧୭ ବର୍ଷୀୟ ନାବାଳକ କୁକୁରର ମାଲିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଦିଲ୍ଲୀ ଜାନାଫଗଡ଼ରେ।

ଗତ ଶୁକ୍ରବାର କୁକୁର ବାରମ୍ବାର ଭୋକିବାକୁ ନେଇ ଅଭିଯୁକ୍ତ ଏବଂ ମୃତକ ଅଶୋକ କୁମାର (୮୫)ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଭିଯୁକ୍ତ ପ୍ରଥମେ କୁକୁରକୁ ଆକ୍ରମଣ କରିବା ପରେ ଏକ ଲୁହା ରଡ଼ରେ ଅଶୋକଙ୍କୁ ଆକ୍ରମଣ କରିଥିଲେ।

ମୃତକଙ୍କ ସ୍ତ୍ରୀ ମୀନା ପୋଲିସ ଆଗରେ କହିଛନ୍ତି, ନାବାଳକ ମାଡ଼ରୁ କୁକୁରକୁ ବଞ୍ଚାଇବା ପାଇ’ଁତାଙ୍କ ସ୍ବାମୀ ଉଦ୍ୟମ କରିଥିଲେ। ଏଥିଯୋଗୁ ଅଶୋକଙ୍କୁ ମାଡ଼ ମାରିଥିଲେ। ଆକ୍ରମଣ ଯୋଗୁ ସେ ସେଠାରେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କ ମୃତ୍ୟୁ ଘଟିଛି।

Share