Categories: ଖେଳ

ମହିଳା ଜାଭେଲିନ ଥ୍ରୋରେ ଅନ୍ନୁ ରାନୀଙ୍କୁ ପ୍ରଥମ ସ୍ବର୍ଣ୍ଣ…

ହାଙ୍ଗଝୋ,୩।୧୦ : ପାରୁଲ ଚୌଧୁରୀଙ୍କ ପରେ ଅନ୍ନୁ ରାନୀ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି। ଏସିଆର ମହିଳା ଜାଭେଲିନ ଥ୍ରୋ ଇଭେଣ୍ଟରେ ଅନ୍ନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଚତୁର୍ଥ ପ୍ରୟାସରେ, ସେ ଏକ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେ ଜାଭେଲିନ ୬୨.୯୨ ମିଟର ଫିଙ୍ଗିଥିଲେ। ଶ୍ରୀଲଙ୍କାର ନଦିଶା ଦିଲହାନ ରୌପ୍ୟ ପଦକ ଜିତିଛନ୍ତି।

ଏହା ସହିତ ଏସୀୟ ଗେମ୍ସ ୨୦୨୩ ରେ ଭାରତର ମୋଟ ପଦକ ସଂଖ୍ୟା ୬୯ ରେ ପହଞ୍ଚିଛି। ସେଥିମଧ୍ୟରେ ୧୫ ଟି ସ୍ବର୍ଣ୍ଣ ପଦକ ଅନ୍ତର୍ଭୁକ୍ତ। ଏହା ସହିତ ଭାରତ ୨୬ ଟି ରୌପ୍ୟ ଏବଂ ୨୮ବ୍ରୋଞ୍ଜ ପଦକ ଜିତିଛି ।

Share