ଜୟଆଲୁକ୍କାସ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ଅଗ୍ରଣୀ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ବହୁ ପ୍ରତୀକ୍ଷିତ ଅଫର ‘ଗିଫ୍ଟସ୍‌ ଅଫ୍‌ ଜୟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ୬୮ତମ ପୂର୍ତ୍ତି ଉତ୍ସବ (ବାର୍ଷିକୀ) ଏବଂ ଭାରତର ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜୟଆଲୁକ୍କାସ୍‌ ଗର୍ବର ସହିତ ‘ଗିଫ୍ଟସ୍‌ ଅଫ୍‌ ଜୟ’ ଅଫରର ଘୋଷଣା କରିଛି। ଏହି ସ୍ବତନ୍ତ୍ର ଅଫର ଗ୍ରାହକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ମାତ୍ରାର କ୍ରୟ ସହ ମାଗଣା ସ୍ବର୍ଣ୍ଣମୁଦ୍ରା ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥାଏ ଏବଂ ସେମାନଙ୍କ ଉତ୍ସବରେ ସୁନାର ବିଶେଷ ସ୍ପର୍ଶ ଦେଇଥାଏ। ୨୦୨୪ ଅଗଷ୍ଟ ୮ରୁ ୨୫ମଧ୍ୟରେ ଜୟଆଲୁକ୍କାସ୍‌ର ଯେକୌଣସି ଶୋ’ରୁମ୍‌ ପରିଦର୍ଶନ କରିବାକୁ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଯେଉଁଠି ସେମାନେ ୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସୁନା କ୍ରୟ ଉପରେ ୨୦୦ ମି.ଗ୍ରା. ସ୍ବର୍ଣ୍ଣମୁଦ୍ରା ମାଗଣାରେ ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି। ଏପରିକି ୧ଲକ୍ଷ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ମୂଲ୍ୟର ହୀରା ଅଳଙ୍କାର କିଣିବା ଉପରେ ୧ଗ୍ରାମ ସ୍ବର୍ଣ୍ଣମୁଦ୍ରା ମାଗଣା ପାଇବା ପାଇଁ ମଧ୍ୟ ଗ୍ରାହକମାନେ ହକ୍‌ଦାର ହୋଇପାରିବେ। ଜୟଆଲୁକ୍କାସ୍‌ ତା’ର ସାର୍ଟିଫାଏଡ୍‌ ଅଳଙ୍କାର ଏବଂ ଅସାଧାରଣ ଗ୍ରାହକ ସେବା ପାଇଁ ପ୍ରସିଦ୍ଧ ଆଜି ସମସ୍ତ ଗ୍ରାହକଙ୍କୁ ଏହି ସୁବର୍ଣ୍ଣ ସୁଯୋଗର ଲାଭ ନେବାକୁ ଆମନ୍ତ୍ରଣ କରୁଛି। ଜୟଆଲୁକ୍କାସ୍‌ର ଏମ୍‌ଡି ତଥା ଚେୟାରମ୍ୟାନ୍‌ ଜୟ ଆଲୁକ୍କାସ୍‌ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ବାଧୀନତା ଦିବସ ଗୋଟିଏ ଆନନ୍ଦ ଏବଂ ଗର୍ବର ସମୟ ହୋଇଥିଲାବେଳେ ଜୟଆଲୁକ୍କାସ୍‌ରେ ମଧ୍ୟ ଆମର ୬୮ତମ ପୂର୍ତ୍ତି ଉତ୍ସବ (ବାର୍ଷିକୀ) ପାଳନ କରୁଛି। ଏପରିକି ଆମେ ଆମର ଗ୍ରାହକମାନଙ୍କୁ ଏକ ସ୍ବର୍ଣ୍ଣିମ ଆଶ୍ଚର୍ଯ୍ୟ ପ୍ରଦାନ ସହିତ ଉତ୍ସବକୁ ଦ୍ବିଗୁଣିତ କରିବାକୁ ଚାହୁଁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri