Categories: ବାଣିଜ୍ୟ

ପିଏନ୍‌ବି ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୫।୯: ସର୍ବଭାରତୀୟ ପିଏନ୍‌ବି (ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ) ଅବସରପ୍ରାପ୍ତ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳର ପ୍ରଥମ ବାର୍ଷିକ ଉତ୍ସବ (ସମ୍ମିଳନୀ) ରବିବାର ଭୁବନେଶ୍ୱରର ଶିରିପୁରସ୍ଥିତ ଇମେଜ ସଭାକକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପିଏନ୍‌ବିର ଆଞ୍ଚଳିକ ମୁଖ୍ୟ ଏ. ଉଦୟ ଭାସ୍କର ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ସେହିଭଳି ସଂଘର ସର୍ବଭାରତୀୟ ଅଧ୍ୟକ୍ଷ ସୁପ୍ରୀତ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କର ପେନ୍‌ସନ୍‌ ଉନ୍ନତୀକରଣ, ସ୍ବାସ୍ଥ୍ୟ ବୀମା ନୀତିର ସଂଶୋଧନ ଏବଂ ଅନ୍ୟାନ୍ୟ ଦାବି ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

ସେହିପରି ସଂଘର ସାଧାରଣ ସମ୍ପାଦକ ଅଶୋକ ଦେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଏକଜୁଟ୍‌ ହୋଇ ସେମାନଙ୍କର ସମସ୍ୟା ସମାଧାନ ନିମନ୍ତେ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ। ଅପରପକ୍ଷରେ ସଂଘର ଭୁବନେଶ୍ୱର ମଣ୍ଡଳ ସମ୍ପାଦକ ସଞ୍ଜୟ ଶୁକ୍ଳା ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ। ଉଲ୍ଲେଖଯୋଗ୍ୟ, ପିଏନ୍‌ବିର ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ବ୍ୟାଙ୍କର ବ୍ୟବସାୟ ବୃଦ୍ଧି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲାବେଳେ ପିଏନ୍‌ବି କର୍ମଚାରୀ ସଂଘର ଭୁବନେଶ୍ୱର ମଣ୍ଡଳ ସମ୍ପାଦକ ବୈଲୋଚନ ସାହୁ ବ୍ୟାଙ୍କର ବର୍ତ୍ତମାନ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀ ମଧ୍ୟରେ ସମନ୍ବୟ ରଖିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ। ଏପରିକି ଓଡ଼ିଶା ମହାସଂଘର ସମ୍ପାଦକ ନିରଞ୍ଜନ ଯୋଗାଣିଆ ବ୍ୟାଙ୍କର ବ୍ୟବସାୟ ବୃଦ୍ଧି ନିମନ୍ତେ ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

 

Share