ବାର୍ଷିକ ଅଶୋଧିତ ଇସ୍ପାତ ଉତ୍ପାଦନ ୪ ନିୟୁତ ଟନ୍‌ ଅତିକ୍ରମ କଲା

ରାଉରକେଲା ଅଫିସ,୧୧।୪: ଆର୍‌ଏସ୍‌ପି ପ୍ରମୁଖ ଉତ୍ପାଦନ କ୍ଷେତ୍ରରେ ବିବିଧ ରେକର୍ଡ ସହ ୨୦୨୨-୨୩ ଆର୍ଥତ୍କ ବର୍ଷ ଶେଷ ହୋଇଛି। ଗତ ଆର୍ଥତ୍କ ବର୍ଷରେ ଇସ୍ପାତ କାରଖାନାର ଇତିହାସରେ ପ୍ରଥମ ଥର ପାଇଁ ୪ ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ ରେଖା ଅତିକ୍ରମ କରିଛି। ଉକ୍ତ ଆର୍ଥତ୍କ ବର୍ଷରେ ଆର୍‌ଏସ୍‌ପି ପକ୍ଷରୁ ୪୦୩୮୯୭୭ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ  କରି ଏହାର ସର୍ବକାଳୀନ ଶ୍ରେଷ୍ଠ ଉତ୍ପାଦନ ରେକର୍ଡ ହାସଲ କରିଛି। ଏହାସହ ପୂର୍ବ ଆର୍ଥତ୍କ ବର୍ଷର ସର୍ବଶ୍ରେଷ୍ଠ ୩୯୮୭୨୫୯ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ କରି ଏହି ସଫଳତା ହାସଲରେ ପ୍ରମୁଖ ଭାବରେ ଯୋଗଦାନ ଦେଇଛି। ବ୍ଲାଷ୍ଟ ଫର୍ନେସ-୫ରୁ ହଟ୍‌ ମେଟାଲ ଉତ୍ପାଦନ ମଧ୍ୟ ଗତ ଆର୍ଥତ୍କ ବର୍ଷରେ ସର୍ବୋଚ୍ଚ ସ୍ତର ୨୭୬୪୨୭୫ ଟନ୍‌କୁ ଛୁଇଁଥିଲା। ଯାହାକି ୨୦୧୬-୧୭ର ପୂର୍ବ ଶ୍ରେଷ୍ଠ ୨୭୫୭୧୯୦ଟନ୍‌ ରେଖାକୁ ଅତିକ୍ରମ କରିଥିଲା। ସେହିପରି ବିକ୍ରି ଯୋଗ୍ୟ ଇସ୍ପାତ ଉତ୍ପାଦନରେ ମଧ୍ୟ ବିଗତ ଆର୍ଥିକ ବର୍ଷରେ ୩୭୭୧୮୪୭ ଟନ୍‌ ରେକର୍ଡ ସ୍ତର ହାସଲ ହୋଇପାରିଛି। ଅତ୍ୟାଧୁନିକ ହଟ୍‌ ଷ୍ଟ୍ରିପ୍‌ ମିଲ୍‌-୨ ଏହାର ସର୍ବକାଳୀନ ଶ୍ରେଷ୍ଠ ୧୭୭୩୨୪୩ ଟନ୍‌ ଏଚ୍‌ଆର କଏଲ ଉତ୍ପାଦନ କରି ଫିନ୍‌ସିଂ ମିଲ୍‌ଗୁଡିକର ନେତୃତ୍ୱ ନେଇଥିଲା। ଏହି ଧାରା ବିକ୍ରିଯୋଗ୍ୟ ଇସ୍ପାତ ଚାଲାଣରେ ମଧ୍ୟ ପ୍ରତିଫଳିତ ହୋଇଥିଲା ଓ ୨୦୨୨-୨୩ଆର୍ଥିକ ବର୍ଷରେ ଆର୍‌ଏସ୍‌ପି ସର୍ବକାଳୀନ ଶ୍ରେଷ୍ଠ ୩୭୭୧୨୭୦ ଟନ୍‌ ବିକ୍ରୟ ଯୋଗ୍ୟ ଇସ୍ପାତ ଚାଲାଣ କରିଥିଲା। ସିଣ୍ଟରିଂ ପ୍ଲାଣ୍ଟଗୁଡିକ ମଧ୍ୟ ସମଧାରାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ୭୦୧୨୦୦୩ ଟନ୍‌ ସିଣ୍ଟର ଉତ୍ପାଦନ କରିବା ସହ ଯେକୌଣସି ଆର୍ଥିକ ବର୍ଷ ସର୍ବୋତ୍ତମ ପ୍ରଦର୍ଶନ ହାସଲ କରିଥିଲା। ସେହିପରି ହାରାହାରି ୯୦.୧ ପୁସିଂ ହାସଲ ପୂର୍ବକ କୋକ୍‌ ଓଭେନ ବ୍ୟାଟେରୀ-୬ ଏହାର ସର୍ବଶ୍ରେଷ୍ଠ ବାର୍ଷିକ ଉତ୍ପାଦନ ହାସଲ କରିଥିଲା। ଗତ ଆର୍ଥିକବର୍ଷରେ ଆର୍‌ଏସ୍‌ପି ୧୦୦ ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନର ପ୍ରମୁଖ ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri