Categories: ବାଣିଜ୍ୟ

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ସମୁଦାୟ ଜମା ୫.୫୩% ବୃଦ୍ଧି ପାଇ ୨,୬୩,୧୩୦ କୋଟି ଟଙ୍କା ହୋଇଥିବାବେଳେ ରିଟେଲ୍‌, କୃଷି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୧୩.୮୮% ବୃଦ୍ଧି ସହ ୯୭,୫୧୬ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ରିଟେଲ୍‌, କୃଷି ଓ ଏମ୍‌ଏସ୍‌ଏମ୍‌ଇ ଅଗ୍ରିମରେ ଯଥାକ୍ରମେ ୧୪.୬୨%, ୧୩.୧୬% ଓ ୧୩.୫୩% ବୃଦ୍ଧି ଘଟିଛି। ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ସୁଦ୍ଧା (୨୦୨୪ମାର୍ଚ୍ଚ ମାସ ଶେଷ ସୁଦ୍ଧା) ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏରେ ୧୩୨ ବିପିଏସ୍‌ ହ୍ରାସ ସହିତ ୩.୪୬% କମି ଥିବାବେଳେ ନେଟ୍‌ ଏନ୍‌ପିଏରେ ୪୦ବିପିଏସ୍‌ ହ୍ରାସ ସହିତ ୦.୮୯% ହ୍ରାସ ପାଇଛି। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର (ସିଆର୍‌ଏଆର୍‌) ୪୭ବିପିଏସ୍‌ ସହିତ ୧୬.୯୮% ବୃଦ୍ଧି ପାଇଥିବା ବେଳେ ଟାୟାର-୧ ପୁଞ୍ଜି ଅନୁପାତରେ ୫୮ବିପିଏସ୍‌ ସହିତ ୧୪.୫୪% ବୃଦ୍ଧି ଘଟିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କର ପରିଚାଳନାଗତ ଲାଭରେ ୫.୪୩ % ବୃଦ୍ଧି ଘଟି ୪୫୭୬ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ନେଟ୍‌ ସୁଧ ଆୟ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା (୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା) ୧୦.୩୨% ଅଭିବୃଦ୍ଧି ହାରରେ ୮,୧୦୧ କୋଟି ଟଙ୍କା ହୋଇଛି। ଏହି ତ୍ରୈମାସରେ ବ୍ୟାଙ୍କର ଲାଭ ୧୩.୭୪% ବୃଦ୍ଧି ସହିତ ୧୧୧୯ କୋଟି ଟଙ୍କାରୁ ବଢି ୧୨୭୩ କୋଟି ଟଙ୍କାରେ ପହଞ୍ଚତ୍ିପାରିଛି।

Share