ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ!

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ତା’ର ବାର୍ଷିକ ରିପୋର୍ଟରେ ଦର୍ଶାଇଛି କି ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ। ଗତବର୍ଷ ମଧ୍ୟ ୨ହଜାର ଟଙ୍କିଆ ନୋଟର ସର୍କୁଲେଶନ କମ୍‌ ହୋଇଛି। ୨୦୧୮ ମାର୍ଚ୍ଚ ଶେଷ ବେଳକୁ ୩୩,୬୩୨ ଖଣ୍ଡ ୨ହଜାର ଟଙ୍କିଆ ନୋଟ ସର୍କୁଲେଶନ ହୋଇଥିବା ବେଳେ ୨୦୧୯ ଶେଷ ବେଳକୁ ଏହା କମ୍‌ ହୋଇ ୩୨,୯୧୦ରେ ପହଞ୍ଚିଥିଲା। ଆର୍‌ବିଆଇ ତା’ର ବାର୍ଷିକ ରିପୋର୍ଟରେ ଦର୍ଶାଇଛି କି ୨୦୨୦ ମାର୍ଚ୍ଚ ଶେଷ ବେଳକୁ ୨ହଜାର ନୋଟର ସର୍କୁଲେଶନ କମିଯାଇ ୨୭,୩୯୮ ଖଣ୍ଡରେ ପହଞ୍ଚିସାରିଥିଲା। ଏହାପୂର୍ବରୁ ଅର୍ଥ ଓ କର୍ପୋରେଟ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆରେ ୨୦୦୦ଟଙ୍କିଆ ନୋଟ ବନ୍ଦ ହେବାକୁ ନେଇ ଚାଲିଥିବା ଖବରକୁ ଖଣ୍ଡନ କରିଥିଲେ। ସେ କହିଥିଲେ ସରକାର ଏବେ ୨୦୦୦ଟଙ୍କିଆ ନୋଟ ବନ୍ଦ କରିବାର କୌଣସି ଯୋଜନା ରଖି ନାହାନ୍ତି। ତେବେ ଆର୍‌ବିଆଇ ସ୍ପଷ୍ଟ କରିଛି ଯେ ୨୦୦୦ଟଙ୍କିଆ ନୋଟ୍‌ ବନ୍ଦ ନୁହେଁ ବରଂ ଏହାର ଛପା କମ୍‌ ହୋଇଯାଇଛି। ଏବେ କରୋନା ମହାମାରୀ ପାଇଁ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଏଥିରେ ସୁଧାର ଆଣିବା ଦିଗରେ ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

Bengaluru Suitcase Murder: ପତ୍ନୀଙ୍କୁ ହତ୍ୟା, ଖଣ୍ଡ ଖଣ୍ଡ କରି ସୁଟକେସରେ ରଖି ଶାଶୁ-ଶ୍ୱଶୁରଙ୍କୁ କରିଥିଲେ ଫୋନ୍‌, ଏବେ ପୋଲିସ ଖୋଲିଲା…

ବେଙ୍ଗାଲୁରୁ,୨୮।୩: ବେଙ୍ଗାଲୁରୁରେ ଏକ ସୁଟକେସରୁ ମିଳିଥିବା ୩୨ ବର୍ଷୀୟା ମହିଳାଙ୍କ ସ୍ବାମୀଙ୍କୁ ମୁଖ୍ୟ ସନ୍ଦିଗ୍ଧ ବୋଲି ବିବେଚନା କରି ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ...

Featured Video Play Icon

DA Hike: ମୋଦି ସରକାରଙ୍କ ବଡ଼ ଘୋଷଣା, ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA)ରେ ୨ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛି। ସରକାର...

ପଡ଼ୋଶୀ ଦେଶରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ଭାରତର ୪ ରାଜ୍ୟ

ନୂଆଦିଲ୍ଲୀ,୨୮।୩: ଭାରତର ପଡ଼ୋଶୀ ଦେଶ ମ୍ୟାନମାରରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ଝଟକା ଦେଶର ଅନେକ ରାଜ୍ୟରେ ଅନୁଭୂତ ହୋଇଛି। ଏହି...

ପଡୋଶୀ ଆନ୍ଧ୍ରପ୍ରଦେଶରେ ବ୍ୟାପିଲା ବାର୍ଡ଼ ଫ୍ଲୁ, ଓଡିଶା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର,୨୮ା୩: ପଡୋଶୀ ଆନ୍ଧ୍ରପ୍ରଦେଶରେ ଆଠଟି ସ୍ଥାନରେ ବାର୍ଡ଼ ଫ୍ଲୁର ପ୍ରକୋପ ଦେଖାଦେଇଛି। ଶୁକ୍ରବାର ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଫାର୍ମ ଏବଂ କୁକୁଡ଼ାରେ...

ପଡୋଶୀ ଦେଶରେ ଭୟଙ୍କର ଭୂମିକମ୍ପ: ସାହାଯ୍ୟର ହାତ ବଢ଼ିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ...

ମୁସକାନ, ପ୍ରଗତି ପରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା: ସ୍ୱାମୀଙ୍କୁ କଫିରେ ବିଷ ପିଆଇଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୮ା୩: ସମ୍ପ୍ରତି ସ୍ତ୍ରୀମାନେ ସେମାନଙ୍କ ପ୍ରେମିକଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରିବାର ଖବର ବହୁତ ବଢ଼ିଯାଇଛି। ପ୍ରଥମେ ମୁସକାନ, ତା’ପରେ ପ୍ରଗତି ଏବେ ମୁଜାଫରପୁରର ପିଙ୍କି...

Family Dispute: ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣି, କହିଲେ ଶେଷ ହେଉଛି ପରିବାର

ନୂଆଦିଲ୍ଲୀ,୨୮।୩: ପରିବାର ଭାଙ୍ଗିଯିବା ଉପରେ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ ଭାରତରେ ଲୋକମାନେ ‘ବସୁଧୈବ କୁଟୁମ୍ବକମ’ ନୀତିରେ ବିଶ୍ୱାସ କରନ୍ତି କିନ୍ତୁ...

କେଜ୍‌ରିୱାଲଙ୍କ ବିରୋଧରେ FIR: ଏପ୍ରିଲ ୧୮ରେ ଶୁଣାଣି

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ଶେଷ ହେବାର ନାଁ ଧରୁନି। ନିର୍ବାଚନରେ ଶେଚନୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image