ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ!

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ତା’ର ବାର୍ଷିକ ରିପୋର୍ଟରେ ଦର୍ଶାଇଛି କି ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ। ଗତବର୍ଷ ମଧ୍ୟ ୨ହଜାର ଟଙ୍କିଆ ନୋଟର ସର୍କୁଲେଶନ କମ୍‌ ହୋଇଛି। ୨୦୧୮ ମାର୍ଚ୍ଚ ଶେଷ ବେଳକୁ ୩୩,୬୩୨ ଖଣ୍ଡ ୨ହଜାର ଟଙ୍କିଆ ନୋଟ ସର୍କୁଲେଶନ ହୋଇଥିବା ବେଳେ ୨୦୧୯ ଶେଷ ବେଳକୁ ଏହା କମ୍‌ ହୋଇ ୩୨,୯୧୦ରେ ପହଞ୍ଚିଥିଲା। ଆର୍‌ବିଆଇ ତା’ର ବାର୍ଷିକ ରିପୋର୍ଟରେ ଦର୍ଶାଇଛି କି ୨୦୨୦ ମାର୍ଚ୍ଚ ଶେଷ ବେଳକୁ ୨ହଜାର ନୋଟର ସର୍କୁଲେଶନ କମିଯାଇ ୨୭,୩୯୮ ଖଣ୍ଡରେ ପହଞ୍ଚିସାରିଥିଲା। ଏହାପୂର୍ବରୁ ଅର୍ଥ ଓ କର୍ପୋରେଟ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆରେ ୨୦୦୦ଟଙ୍କିଆ ନୋଟ ବନ୍ଦ ହେବାକୁ ନେଇ ଚାଲିଥିବା ଖବରକୁ ଖଣ୍ଡନ କରିଥିଲେ। ସେ କହିଥିଲେ ସରକାର ଏବେ ୨୦୦୦ଟଙ୍କିଆ ନୋଟ ବନ୍ଦ କରିବାର କୌଣସି ଯୋଜନା ରଖି ନାହାନ୍ତି। ତେବେ ଆର୍‌ବିଆଇ ସ୍ପଷ୍ଟ କରିଛି ଯେ ୨୦୦୦ଟଙ୍କିଆ ନୋଟ୍‌ ବନ୍ଦ ନୁହେଁ ବରଂ ଏହାର ଛପା କମ୍‌ ହୋଇଯାଇଛି। ଏବେ କରୋନା ମହାମାରୀ ପାଇଁ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଏଥିରେ ସୁଧାର ଆଣିବା ଦିଗରେ ଯୋଜନା ଚାଲିଛି।

Share