Categories: ବାଣିଜ୍ୟ

ବିଓଏମ୍‌ର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଏମ୍‌ର ବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷ) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଋଣ ଓ ଜମା ଅଭିବୃଦ୍ଧି କ୍ଷେତ୍ରରେ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ବିଓଏମ୍‌ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି। ଉଲ୍ଲେଖଯୋଗ୍ୟ, ବିଓଏମ୍‌ର ପୁଣେସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ସୂଚନା ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ମୋଟ ୧୨୬% ଅଭିବୃଦ୍ଧି ହାରରେ ୨୬୦୨ କୋଟି ଟଙ୍କାର ଲାଭ କରିଛି। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ କ୍ଷେତ୍ରରେ ୨୯.୪% ର ଅଭିବୃଦ୍ଧି ଘଟି ୧,୭୫,୧୨୦ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଜମା ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କର ମୋଟ ୧୫.୭ %ର ଅଭିବୃଦ୍ଧି ଘଟିଛି ଏବଂ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କ ୨,୩୪,୦୮୩ କୋଟି ଟଙ୍କା ସଂଗ୍ରହ କରିପାରିଛି। ସେହିପରି ସ୍ବଳ୍ପ ମୂଲ୍ୟରେ କରେଣ୍ଟ ଆକାଉଣ୍ଟ ଏବଂ ସେଭିଂ ଆକାଉଣ୍ଟ (କାସା) ଜମା କ୍ଷେତ୍ରରେ ମଧ୍ୟ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଶୀର୍ଷ ସ୍ଥାନ ବଜାୟ ରଖିଛି। ଏପରିକି ବ୍ୟାଙ୍କର ମୋଟ୍‌ ବ୍ୟବସାୟିକ ଅଭିବୃଦ୍ଧି ୨୧.୨%ର ବୃଦ୍ଧି ହାରରେ ସର୍ବାଧିକ ୪,୦୯,୨୦୨ କୋଟି ଟଙ୍କା ରହିଥିଲା।

Share