ବଲାଙ୍ଗୀର ଅଫିସ, ୨୩।୧୧: ବଲାଙ୍ଗୀର ଜିଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ସଂସଦର ବିଭିନ୍ନ ଷ୍ଟାଣ୍ଡିଂ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡା ପ୍ରତିଯୋଗିତା ପରିଚାଳନା ସଂକ୍ରାନ୍ତୀୟ ବିଚାର ବିମର୍ଶ ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ତଥା କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଭାପତି ଅଭିଭାଷଣ ପରେ ସମ୍ପାଦକ ପୂଜାରୀ ପ୍ରତିଯୋଗିତାର ରୂପରେଖ ସମ୍ପର୍କରେ କହିଥିଲେ ା ପରେ କ୍ରମାନୁଯାୟୀ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷମାନେ ସେମାନଙ୍କ କ୍ରୀଡା ପରିଚାଳନା ଉପରେ ଆଲୋଚନା କରିଥିଲେ। ଆସନ୍ତା ଡିସେମ୍ବର ୨୦ ଓ ୨୧ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଥିଲା। ପ୍ରତିଯୋଗୀମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଡିସେମ୍ବର ୫ ସୁଦ୍ଧା ଗାନ୍ଧୀ ଷ୍ଟଡିୟମ କାର୍ଯ୍ୟାଳୟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ସବିଶେଷ ଜାଣିବାକୁ ପ୍ରତିଯୋଗୀମାନେ କ୍ରୀଡା ସମ୍ପାଦକ ବିଭୂତି ପଣ୍ଡା କିମ୍ବା ସମ୍ପାଦକ ହରିନାରାୟଣ ପୂଜାରୀଙ୍କୁ ଯୋଗାଯୋଗ କରିପାରିବେ ବୋଲି ଜଣାଇ ଦିଆଯାଇଛି। ଡିସେମ୍ବର ୯ରୁ ଭିଜନ-୨୦୨୪ ଜୁନିୟର ଇନଟ୍ରା କ୍ଲବ କ୍ରିକେଟ୍ ୧୬ ଓ ୧୯ ବର୍ଷ ବୟସ ବର୍ଗ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୯ ବର୍ଷ ବର୍ଗରୁ ୧୦ ଜଣ ଖେଳାଳୀ ଓ ୧୬ ବର୍ଷ ବର୍ଗରୁ ୫ ଜଣ ଖେଳାଳୀଙ୍କୁ ନେଇ ୧୫ ଜଣିଆ ଦଳ ଗଠନ କରାଯିବ। ଏଥିପାଇଁ ଡିସେମ୍ବର ୨୫, ୨୬ ଓ ୨୭ରେ ଦଳ ନାମ ପଞ୍ଜୀକରଣ କରିବେ। ଏଥିପାଇଁ ୧୯ ବର୍ଷ ବର୍ଗ ସକାଶେ ଖେଳାଳିଙ୍କ ଜନ୍ମ ଶେଷ ତାରିଖ ୩୦.୦୮.୨୦୦୯ ଏବଂ ୧୬ ବର୍ଷ ବର୍ଗଙ୍କ ପାଇଁ ଜନ୍ମ ଶେଷ ତାରିଖ ତା୧ା୯ା୨୦୦୭ରିଖ ହେବା ଆବ୍ଯଯକ ବୋଲି କୁହାଯାଇଛି। ପଞ୍ଜୀକରଣ ଦିନ ସେମାନେ ଆଧାର କାର୍ଡ, ପାନ କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ଏବଂ ତା ସହିତ ମାଟ୍ରିକ ବୋର୍ଡ ସାର୍ଟିଫିକେଟ କିମ୍ବା ପାଠ ପଢାର ଶେଷ ତିନିବର୍ଷର ମାର୍କଲିଷ୍ଟ ସାଙ୍ଗରେ ନେଇ ଆସିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ସଂସଦର କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥୀ, ପଦ୍ମଚରଣ ଆଚାର୍ଯ୍ୟ, ପରାସର ବାଗ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ପ୍ରଭାତ ମିଶ୍ର, ହେମନ୍ତ ବେହେରା, ସଂଗ୍ରାମ ବହିଦାର, ରାଜେନ୍ଦ୍ର ପୁରୋହିତ, ଶିଶିର ବହିଦାର, ଜୟରାମ ମିଶ୍ର, ବିଜୟ ବଂଶଲ, ରମାକାନ୍ତ ସେଠ, ସୁଧୀର ଚନ୍ଦ୍ର ପଣ୍ଡା, ବିକ୍ରମାନନ୍ଦ ବହିଦାର, ରମେଶ ଚନ୍ଦ୍ର ପୁରୋହିତ, ପ୍ରଫୁଲ୍ଲ ବେହେରା, ଆନନ୍ଦିନୀ ଦର୍ଜୀ, ସୁବୋଧ କୁମାର ମିଶ୍ର, ଭାବଗ୍ରାହୀ ରଥ, ଶୁଭ୍ରାଂଶୁ ଅମାତ, ଅନୁପ କୁମାର ସାହୁ, ସୁନିଲ ବିଶ୍ୱାଳ, ହେମନ୍ତ ବହିଦାର, ମାଧୁରୀ ନନ୍ଦ ଉପସ୍ଥିତ ଥିଲେ।