ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍‌

ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ଚିହ୍ନଟ କରାଯାଇ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟକୁ ତାଲିକା ପଠାଯାଇଥିଲା। ମାତ୍ର ମରାମତି ପାଇଁ ଦିଆଯାଇଥିବା ତାଲିକାରେ ଅନିୟମିତତା ହୋଇଛି। ତାଲିକାରେ ବାତ୍ୟା ବିପର୍ଯ୍ୟସ୍ତ ରାସ୍ତାକୁ ବାଦ ଦିଆଯାଇଥିବା ବେଳେ ରାସ୍ତା ନ ଥିବା ସ୍ଥାନକୁ ଦର୍ଶାଯାଇଛି। ସେହିପରି ଅମ୍ଫନରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ମରାମତି ପାଇଁ ନିର୍ଦ୍ଦେଶ ଥିବାବେଳେ ଅନେକ ତାଲିକାରେ ସ୍ଥାନ ପାଇନାହିଁ। ବ୍ଲକ କାର୍ଯ୍ୟାଳୟ ସୂଚନା ଅନୁସାରେ, ବିଭିନ୍ନ ପଞ୍ଚାୟତର ୧୦୬ ପ୍ରକଳ୍ପ ତାଲିକାରେ ସ୍ଥାନ ପାଇଛି। ସେଥିରୁ ୧୧ ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟ ଥିବାବେଳେ ୯୫ ରାସ୍ତା ରହିଛି। ଏସବୁ ପ୍ରକଳ୍ପର ମରାମତି ପାଇଁ ୧ କୋଟି ୬୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ବାତ୍ୟାରେ କ୍ଷତିଗ୍ରସ୍ତ ବହୁ ପ୍ରକଳ୍ପ ସ୍ଥାନ ପାଇ ନାହିଁ।
ନାଉଗାଁ ବ୍ଲକ ଡେରିକି ପଞ୍ଚାୟତ ଗଙ୍ଗଦାହାଟ-ତିରୁଣା ଗ୍ରାମରାସ୍ତା ଓ ଡେରିକି ପଞ୍ଚାୟତର ପାଇକସାହିରୁ ମଝିପଡା ଦେଇ ବାଲିଗଁାକୁ ସଂଯୋଗ କରୁଥିବା ଗ୍ରାମ ରାସ୍ତା ଅମ୍ଫନ ବାତ୍ୟାରେ ଶୋଚନୀୟ ହୋଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାକୁ ଅମ୍ଫନ ଯୋଜନାରେ ସାମିଲ କରାଯାଇ ମରାମତି କରାଯିବ ବୋଲି ସୂଚନା ଦିଆଯାଇଥିଲା। ମାତ୍ର ପ୍ରକଳ୍ପ ମଞ୍ଜୁରୀ ତାଲିକାରେ ଏହି ରାସ୍ତା ନ ଥିବା ଜଣାପଡିଛି। ଅପରପକ୍ଷେ ଅମ୍ଫନରେ ମରାମତି ପାଇଁ ମଞ୍ଜୁରୀ ହୋଇଥିବା ବହୁ ରାସ୍ତା ପୂର୍ବରୁ ନ ଥିବା ଜଣାପଡ଼ିଛି। ମାତ୍ର ଏଠାରେ ପୂର୍ବରୁ ରାସ୍ତାଥିବା ଦର୍ଶାଯାଇ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଉଲ୍ଲେଖ କରାଯାଇଛି। ଏହାର ଉଦାହରଣ ଡେରିକି ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ପାଇକସାହି କଂକ୍ରିଟ ରୋଡଠାରୁ ତ୍ରିଲୋଚନ ପାଳଙ୍କ ଘର ପର୍ଯ୍ୟନ୍ତ ସରକାରୀ ରାସ୍ତା ନ ଥିବା ବେଳେ ଏହାକୁ ତାଲିକାରେ ଉଲ୍ଲେଖ କରାଯାଇଛି। କେବଳ ଏହି ପ୍ରକଳ୍ପ ନୁହେଁ ବ୍ଲକର ୧୬ଟି ପଞ୍ଚାୟତରେ ପ୍ରଦାନ କରାଯାଇଥିବା ତାଲିକାରେ ତାଳ ମେଳ ରହୁ ନଥିବା ଜଣାପଡ଼ିଛି। ଏହି ତାଲିକା ପ୍ରସ୍ତୁତ ପାଇଁ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଅନିୟମିତତା ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ କୈଳାସ ବେହେରାଙ୍କୁ ପଚରାଯିବାରୁ ପ୍ରକଳ୍ପଗୁଡିକ ଠିକ୍‌ ରହିଛି। ଏଥିରେ କୌଣସି ତ୍ରୁଟି ନାହିଁ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ତୁରନ୍ତ ଏହି ତାଲିକାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିଭ ରିଡ୍‌ଲେ କଇଁଛଙ୍କ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡା ଠାବ

ପାରାଦୀପ,୨୨।୨(ଶରତ ରାଉତ):ଓଡ଼ିଶା ଉପକୂଳ ଋ଼ଷିକୁଲ୍ୟା, ଦେବୀ ନଦୀ ମୁହାଣଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳରେ ଅଲିଭ ରିଡ୍‌ଲେ କଇଁଛ ସମୁଦାୟ ୫ଲକ୍ଷ ୫୫ହଜାର ୬୩୮ଟି ଅଣ୍ଡା ଦେଇଛନ୍ତି।...

ଜଗତ୍‌ସିଂହପୁର: କାଞ୍ଜିଆହୁଦା ପରିକଳ୍ପନା ଦିଗହରା

ଜଗତ୍‌ସିଂହପୁର, ୧୮।୨ (ପ୍ରମୋଦ କୁମାର ନାୟକ): ମାସେକି ବର୍ଷେ ନୁହେଁ, କେଉଁ ଆବାହନ କାଳରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଷଣ୍ଢ, ଗାଈ, ମଇଁଷି, ଛେଳି ଓ...

ଓଲଟିଲା ମଦ ବୋଝେଇ ଭ୍ୟାନ୍‌: ଚାପି ହୋଇ ଚାଲିଗଲା ହେଲପରଙ୍କ ଜୀବନ

କୁଜଙ୍ଗ,୧୮।୨(ମନୋଜ ପ୍ରଧାନ): ଜଗତସିଂହପୁର ଜିଲା କୁଜଙ୍ଗ ବଜାର କୃଷି ଫାର୍ମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(ନଂ,ଓଆର୍‌୦୫ଏଏସ୍‌-୬୧୨୫) ଦୁର୍ଘଟଣା ଗ୍ରସ୍ତ...

ଅତିଥି ଭବନରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ: ୨ ସହଯୋଗୀ ଅଟକ

ପାରାଦୀପ,୧୭।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ସନ୍ତୋଷୀ ପ୍ଲାଜା ନାମକ ଏକ ଘରୋଇ ଅତିଥି ଭବନରେ ସୋମବାର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ...

ବୋଝେଇହେଲା କ୍ରୋମାଇଟ୍‌, ବାହାରିଲା ମାଟି

ପାରାଦୀପ,୧୨।୨(ଶରତ ରାଉତ):ଖଣିଜ ସମ୍ପଦ ଚୋରା କାରବାର ଦିନକୁ ଦିନ ବଢ଼ିଚାଲିଛି। ଏହାର ଏକ ବଡ଼ ଉଦାହରଣ ମଙ୍ଗଳବାର ପାରାଦୀପରେ ଦେଖିବାକୁ ମିଳିଛି। ସୁକିନ୍ଦା କାଳିଆପାଣି ଖଣିରୁ...

ପାରାଦୀପ: ଶିଳ୍ପ ତଥ୍ୟରେ ନାହିଁ ତାଳମେଳ

ପାରାଦୀପ, ୭ା୨(ଶରତ ରାଉତ):ଜଗତ୍‌ସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ଏବେ ୧୫ଟି ବୃହତ୍‌ ଶିଳ୍ପ ଅଛି। ଆଗାମୀ ଦିନରେ ଅନେକ ବଡ଼ ଶିଳ୍ପ ପ୍ରତିଷ୍ଠା ହେବ ବୋଲି...

ସିରିଜ୍‌ ଦୁର୍ଘଟଣା: ୧୦ ଉଠାଦୋକାନୀଙ୍କୁ ଧକ୍କା ଦେଇ ପୋଲରେ ପିଟିହେଲା ବୋଲେରୋ

ପାରାଦୀପ,୨୭।୧: ଜଗତସିଂହପୁର ଜିଲା ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ୧୦ଉଠା ଦୋକାନୀଙ୍କୁ ଧକ୍କା ଦେବା...

କରଜ ଚିନ୍ତାରେ ଜୀବନ ହାରିଲେ ଯୁବଚାଷୀ

ରଘୁନାଥପୁର,୯ା୧(ରାଜେନ୍ଦ୍ର ନାରାୟଣ ସିଂହ):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ବୁଧବାର ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଧାନ ଫସଲ ଉଜୁଡ଼ି ଯିବା ପରେ କରଜ ଶୁଝିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image