Posted inଜାତୀୟ

ଏଲ୍‌ଏସିରେ ଅସ୍ବାଭାବିକ ସ୍ଥିତି: ମାନିଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୨ା୧୦(ପି.ଟି.)”ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ସ୍ବାଭାବିକ ନ ଥବା ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର କହିଛନ୍ତି। ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ମୁହଁାମୁହିଁ ସ୍ଥିତି ଲାଗି ରହିବା ପରେ ଉକ୍ତ ଅଞ୍ଚଳ ଏବେ ବି ସମ୍ବେଦନଶୀଳ ରହିଛି। ଉଭୟ ପକ୍ଷ ମଧ୍ୟରେ କୂଟନୈତିକ ଆଲୋଚନାରୁ ସକାରାତ୍ମକ ସଙ୍କେତ ମିଳୁଥିଲେ ମଧ୍ୟ କୌଣସି ଯୋଜନା କାର୍ଯ୍ୟକାରୀ କରିବା ସେଠାର ସାମରିକ କମାଣ୍ଡରମାନଙ୍କ ଉପରେ ନିର୍ଭର କରୁଛି ବୋଲି ଜେନେରାଲ ଦ୍ୱିବେଦୀ ଚାଣକ୍ୟ ଡିଫେନ୍ସ ଡାଇଲଗ୍‌ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି।
୨୦୨୦ ମେ’ ପ୍ରଥମ ଭାଗରେ ପୂର୍ବ ଲଦାଖରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିଥିଲା। ଏବେ ବି ସେଠାରେ ସ୍ଥିତି ସ୍ବାଭାବିକ ହୋଇନାହିଁ। ୨୦୨୦ ଏପ୍ରିଲ ପୂର୍ବରୁ ସ୍ଥିତି ଯାହା ଥିଲା ତାହା ବଜାୟ ରହିବା ଆମେ ଚାହୁଁଛୁ। ଯଦିଓ ସଂଘର୍ଷ ସ୍ଥଳରୁ ଉଭୟପକ୍ଷ ସେମାନଙ୍କର ଅନେକ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି, ତଥାପି ସୀମା ବିବାଦର ସମ୍ପୂର୍ଣ୍ଣ ସମାଧାନ ଏପର୍ଯ୍ୟନ୍ତ ହାସଲ ହୋଇନାହିଁ। ଉକ୍ତ ଅଞ୍ଚଳ ସମ୍ବେଦନଶୀଳ ରହିଥିବାରୁ ଯେକୌଣସି ପ୍ରକାର ଆକସ୍ମିକତାର ସାମ୍‌ନା କରିବା ପାଇଁ ଆମେ ପୂରା ଦମ୍‌ରେ ପ୍ରସ୍ତୁତ ରହିଛୁ ବୋଲି ସେନାମୁଖ୍ୟ କହିଛନ୍ତି।
ସୂଚନାଯୋଗ୍ୟ, ସୀମା ବିବାଦକୁ ନେଇ ୨୦୨୦ ମେ’ ୫ରେ ଲଦାଖର ବିବାଦୀୟ ପୋଙ୍ଗୋଙ୍ଗ, ତିବ୍ବତ ଏବଂ ସିକିମ୍‌ ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହଁାମୁହିଁ ଓ ଠେଲାପେଲା ହୋଇଥିଲା। ଏଲ୍‌ଏସି ଅନ୍ତର୍ଗତ ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଗଲଓ୍ବାନ ଉପତ୍ୟକାରେ ଭାରତର ରାସ୍ତା ନିର୍ମାଣକୁ ଚାଇନା ସୈନ୍ୟ ଜୋର୍‌ଦାର ବିରୋଧ କରିଥିଲେ। ସେହିବର୍ଷ ଜୁନ୍‌ ୧୫ ରାତିରେ ଆକ୍ରମଣ ଯୋଗୁ ଉଭୟ ପକ୍ଷରୁ ଅନେକେ ସୈନ୍ୟ ମୃତାହତ ହୋଇଥିଲେ। ୪୫ ବର୍ଷ ପରେ ସେପ୍ଟେମ୍ବର ୭ରେ ଏଲ୍‌ଏସିରେ ଗୁଳିମାଡ଼ ହୋଇଥିଲା। ଏଥିପାଇଁ ଉଭୟ ପକ୍ଷ ପରସ୍ପରକୁ ଦୋଷ ଦେଇଥିଲେ।
୨୦୨୦ ଜୁନ୍‌-ଜୁଲାଇରେ ଗଲଓ୍ବାନ୍‌, ହଟ୍‌ ସ୍ପ୍ରିଙ୍ଗ ଏବଂ ଗୋଗ୍ରା ଅଞ୍ଚଳରୁ ଆଂଶିକ ସୈନ୍ୟ ପ୍ରତ୍ୟାହାର ହୋଇଥିବାବେଳେ ୨୦୨୧ ଫେବୃଆରୀରେ ପୋଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହୃତ ହୋଇଥିଲେ। ତେବେ ସୀମାନ୍ତ ସ୍ଥିତିର ସମାଧାନ ପାଇଁ ପର୍ଯ୍ୟାପ୍ତ ଦ୍ୱିପାକ୍ଷିକ ଆଲୋଚନାର ଆବଶ୍ୟକତା ରହିଛି। ଡେପ୍‌ସାଙ୍ଗ ଏବଂ ଡେମ୍‌ଚୋକ୍‌ ବିବାଦ ସମ୍ପର୍କରେ ସେନା ମୁଖ୍ୟ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ଆଲୋଚନା ଜରୁରୀ। ଭାରତୀୟ ସୀମା ନିକଟରେ ଚାଇନା ଅନେକ ଗ୍ରାମ ନିର୍ମାଣ କରିଥିବା ନେଇ ପ୍ରଶ୍ନ ହେବାରୁ ସେନାମୁଖ୍ୟ କହିଥିଲେ, ସ୍ଥିତି ଉପରେ ନଜର ରହିଛି। ସେମାନେ ନିଜ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ କରିଥିବାରୁ କୌଣସି ସମସ୍ୟା ନାହିଁ। ଭାରତ ମଧ୍ୟ ସୀମାରେ ଆଦର୍ଶ ଗ୍ରାମ ନିର୍ମାଣ କରିଥିବା ଜେନେରାଲ ଦ୍ୱିବେଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇଗଲା ଫାଇନାଲ! ଏହିଠି ରହିବେ ପୂର୍ବତନ ସିଏମ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ଅରବିନ୍ଦ କେଜରିୱାଲ ନିଜ ବାସଭବନ ପରିବର୍ତ୍ତନ କରିଛନ୍ତି। କେଜରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାକୁ...

ମା’ଙ୍କୁ ମାରି ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ପୁଅ: ଫାଶୀଦଣ୍ଡ ହାଇକୋର୍ଟରେ କାଏମ

ମୁମ୍ବାଇ, ୨।୧୦:୨୦୧୭ ଅକ୍ଟୋବର ୨୮ରେ ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ମାକଡ୍‌ଓ୍ବାଲା ବସାହାତ ଅଞ୍ଚଳରେ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସୁନୀଲ କୁଚ୍‌କରୋଭି ନାମକ ଜଣେ...

ସ୍ମାର୍ଟଫୋନ୍‌ ନେବା ପରେ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟାକଲେ ଗ୍ରାହକ: ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରହୁଥିବା ଜଣେ ବ୍ୟକ୍ତି ଅନ୍‌ଲାଇନରେ ଫ୍ଲିପ୍‌କାର୍ଟରୁ ୨ଟି ସ୍ମାର୍ଟଫୋନ୍‌ ମଗାଇଥିଲେ। ଡେଲିଭରି ସମୟରେ ଦାମ୍‌ ପୈଠ କରିବାକୁ ସେ ସର୍ତ୍ତ ରଖିଥିଲେ। ଡେଲିଭରି...

ସ୍କୁଲ ଫି’ ଦେଇ ନ ଥିବା ପିଲାଙ୍କୁ ଖରାରେ ବସାଇଲେ ପ୍ରିନ୍ସିପାଲ

ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲା ଅନ୍ତର୍ଗତ ଶ୍ୟାମରାଜି ହାଇସ୍କୁଲର ୫୦ରୁ ଊର୍ଦ୍ଧ୍ୱ ପିଲା ଫି’ ପୈଠ କରି ନ ଥିବାରୁ ସ୍କୁଲ୍‌ ପ୍ରିନ୍ସିପାଲ ସେମାନଙ୍କୁ ଗେଟ୍‌ ବାହାରେ...

୨୦୨୮ରେ ଭାରତର ଶୁକ୍ର ମିଶନ

ବେଙ୍ଗାଲୁରୁ, ୨।୧୦:‘ଚନ୍ଦ୍ରୟାନ-୩’ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ‘ମିଶନ ଶୁକ୍ର’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଇସ୍ରୋର ଏହି ବହୁ ପ୍ରତୀକ୍ଷିତ...

ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଳେ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ...

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ବ୍ୟାପିଲା ଧୂଆଁ, ୩ ମୃତ

ପୁଣେ,୧୦।୨: ମହାରାଷ୍ଟ୍ରର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଭଧାନ ବୁଡ୍ରୁକ ଗ୍ରାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ...

ରାସ୍ତାରୁ ହଟିବ ମନ୍ଦିର, ମସ୍‌ଜିଦ

ନୂଆଦିଲ୍ଲୀ,୨ା୧୦(ପି.ଟି.):ଦେଶବାସୀଙ୍କ ସ୍ବାର୍ଥ ସର୍ବୋପରି ହୋଇଥିବାରୁ ରାସ୍ତା, ରେଳଲାଇନ ଏବଂ ଜଳଉତ୍ସକୁ ଅବରୋଧ କରି ନିର୍ମାଣ ହୋଇଥିବା ମନ୍ଦିର, ଦରଘା ଆଦି ଧର୍ମୀୟ ଢାଞ୍ଚାକୁ ହଟାଇବାକୁ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri