କଣିହାଁ,୧୯।୫(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ତହସିଲ ଓ ଜିଲା ଏନଫୋର୍ସମେଣ୍ଟ ସ୍କ୍ବାଡ୍ ତରଫରୁ ବେଆଇନ ଇଟାଭାଟି ଉପରେ ଚଢ଼ାଉ ଜାରି ରହିଛି। ବୁଧବାର ପରାବିଲ ଓ ଶିପୁର ରାଜସ୍ବ ସର୍କଲ ଅଞ୍ଚଳରେ ଚଢ଼ାଉ କରାଯାଇ ଅର୍କୀଳ ଗ୍ରାମରେ ଥିବା ୮ଟି ଭାଟି, ସୁଲେଇପାଳରେ ଗୋଟିଏ ଓ ସିଲିଂରେ ଗୋଟିଏ ଇଟା ଭାଟି ଭାଙ୍ଗି ଦିଆଯାଇଥିଲା। ଚଢ଼ାଉ ବେଳେ ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏପରି ଚଢ଼ାଉ ଖବର ଜଣାପଡ଼ିବା ପରେ ଆଖପାଖ ଅଞ୍ଚଳରେ ବହୁ ଇଟାଭାଟିରୁ ଅସାଧୁ ଭାଟି ମାଲିକମାନେ ରାତାରାତି ଇଟା ଅନ୍ୟସ୍ଥାନକୁ ସ୍ଥାନାନ୍ତର କରୁଥିବା ଜଣାପଡିଛି।